Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭାରତରେ କାୟା ମେଲାଇଲାଣି କରୋନା: ପୁଣି ଚିହ୍ନଟ ହେଲେ ନୂଆ ରୋଗୀ

10/03/2020 at 5:18 PM

କେରଳ/କର୍ଣ୍ଣାଟକ୧୦/୩: ଭାରତରେ କାୟା ମେଲାଇଲାଣି କରୋନା ଭାଇରସ୍‌। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାରରେ କେରଳ ଓ କର୍ଣ୍ଣାଟକରେ ୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେପଟେ ଚୀନ୍‌ ପରେ ଇଟାଲୀ ଓ ଇରାନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସାରା ବିଶ୍ବରେ ଏହି ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୨ ଶହ ଟପିଲାଣି। ଇରାନ୍‌ରେ କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ୫୮ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଆଣିଛନ୍ତି ସରକାର।

ଦେଶରେ ଏହି ଭାଇରସ୍‌ ଯୋଗୁଁ କାହାର ମୃତ୍ୟୁ ହୋଇନଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି କେରଳରେ ୬ଜଣ ଓ କର୍ଣ୍ଣାଟକରେ ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।  ଏମାନଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ୫୦ ଜଣ ଆକ୍ରାନ୍ତ ହେଲେଣି। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

କେରଳରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଲାଣି। ଏମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଇଛି । ଏମାନଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ନୀରିକ୍ଷଣ କରାଯାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୩୧ ଯାଏ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

 ସେପଟେ ବିଶ୍ବର ପାଖାପାଖି ଶହେଟି ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିଛି । ବିଶ୍ବରେ ମୃତ୍ୟୁ ସଂଖ୍ୟା ୪ହଜାର ୨ ଶହରେ ପହଞ୍ଚିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୩୬୬ ରେ ପହଞ୍ଚିଛି । ଇରାନ୍‌ରେ ଏବେ ସୁଦ୍ଧା ୧୯୪ ଜଣଙ୍କ ମୃତ୍ୟୁ ହୋଇରାସିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଇରାନ୍‌ ପାଖାପାଖି ୭୦ ହଜାର କଏଦୀଙ୍କୁ ଛାଡି ଦେଇଛି । ଇରାନ୍‌ରେ ଥିବା ୫୮ ଭାରତୀୟଙ୍କୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେଠାରୁ ରେସ୍କ୍ୟୁ କରାଯାଇଛି । ପରେ ପୁଣି ବିମାନ ପଠାଇ ଅବଶିଷ୍ଟ ଭାରତୀୟଙ୍କୁ ଅଣାଯିବାର ଯୋଜନା ରହିଛି ।

ଏ ଦୃଶ୍ୟ ବିହାର ହେଉଛି ବୋଦ୍ଧଗୟାର । ଏଠାରେ ପବିତ୍ର ବୋଧି ବୃକ୍ଷ ତଳେ କରୋନା ଭାଇରସ୍‌ରୁ ନିସ୍ତାର ପାଇଁ ବିଶେଷ ପ୍ରାର୍ଥନା କରାଯାଉଛି । ଯେଉଁଠି ବିଭିନ୍ନ ଦେଶର ବୌଦ୍ଧ ଭିକ୍ଷୁ ଏକାଠି ହୋଇ ପ୍ରାର୍ଥନା କରିଛନ୍ତି। ସେପଟେ ବାରଣାସୀର ଏକ ମନ୍ଦିରରେ ପୂଜକ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ଭଗବାନଙ୍କ ମୂର୍ତ୍ତିରେ ମାସ୍କ ପିନ୍ଧା ଯାଇଛି। ଭଗବାନଙ୍କୁ ଛୁଇଁଲେ କରୋନା ଭାଇରାସ୍‌ ଲୋକଙ୍କଠାରୁ ଲୋକଙ୍କୁ ଡେଇଁବାର ଭୟ ଥିବାରୁ ଭଗବାନଙ୍କୁ ସ୍ପର୍ଷ ଦର୍ଶନ କରିବାକୁ ବାରଣ କରାଯାଇଛି। କରୋନା ଭାଇରସ୍‌ ଆକ୍ରାନ୍ତ ଦେଶର ବିଭିନ୍ନ ପ୍ରାନ୍ତରୁ ଚିହ୍ନଟ ହେଉଛନ୍ତି। ଆଗକୁ ଏହି ଭାଇରସ୍ ଅଧିକ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଲୋକେ ସତର୍କ ଓ ସଚେତନ ରହିବାର ଆବଶ୍ୟକତା ରହିଛି ।

   Related Posts