କରୋନା କାରଣରୁ ଏଥର କାଉଁଡିଆ ଯାତ୍ରା ସ୍ଥଗିତ, ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ମହାମାରୀ କରୋନା ଭୂତାଣୁ ଦେଶର ସମସ୍ତ ପ୍ରକାରର ଧାର୍ମିକ ଆୟୋଜନ ଏବଂ ପର୍ବପର୍ବାଣୀ ଉପରେ ଗମ୍ଭୀର ପ୍ରଭାବ ପକାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର କାଉଁଡିଆ ଯାତ୍ରାକୁ ସ୍ଥଗିତ କରାଯାଇଛି। ଅନ୍ୟପଟେ ଜଳାଭିଷେକ ଲାଗି ସ୍ଥାନୀୟ ଗାଇଡ୍‌ଲାଇନ୍‌ର ପାଳନ କରିବାକୁ ପଡିବ। ଶନିବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କଠୁ ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଭିଡିଓ କନଫରେନ୍ସିଂ ଜରିଆରେ ଏହି ବିଷୟରେ ଆଲୋଚନା କରିଛନ୍ତି। ତିନି ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ପରିସ୍ଥିତିକୁ ଦେଖି ସାମୂହିକ ଭାବେ କାଉଁଡିଆ ଯାତ୍ରାକୁ ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଓ୍ଵତ କହିଛନ୍ତି କାଉଁଡିଆ ସଂଘ ଏବଂ ସନ୍ଥ ମହାତ୍ମାମାନେ ମଧ୍ୟ ଏଥର କାଉଁଡିଆ ଯାତ୍ରା ସ୍ଥଗିତ ରଖାଯାଉ ବୋଲି ପ୍ରସ୍ତାବ ଦେଇଥିଲେ।

ତିନି ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଜରୁରୀ ଯେ, ବଡ ସଂଖ୍ୟାରେ  ଲୋକଙ୍କୁ ଏକତ୍ର ହେବାରେ ରୋକା ଯାଉ। କିନ୍ତୁ ଲୋକେ ସ୍ଥାନୀୟ ଗାଇଡ୍‌ଲାଇନ୍ ପାଳନ କରି ଜଳାଭିଷେକ କରି ପାରିବେ। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ଶୀଘ୍ର ହିଁ ଏହି ବିଷୟରେ ରାଜସ୍ଥାନ, ଦିଲ୍ଲୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଆଜିର ଭିଡିଓ କନଫରେନ୍ସିଂ ବୈଠକରେ ସମ୍ବନ୍ଧିତ ରାଜ୍ୟର ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

wp:core-embed/twitter {"url":"https://twitter.com/ANI/status/1274361845655023622?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274361845655023622\u0026ref_url=https%3A%2F%2Fwww.livehindustan.com%2Futtarakhand%2Fstory-uttarakhand-cm-trivendra-singh-rawat-after-video-conferencing-with-up-cm-yogi-adityanath-and-haryana-cm-manohar-lal-said-kawad-yatra-has-been-pospone-due-to-corona-pandemic-3294565.html","type":"rich","providerNameSlug":"twitter","className":""}
https://twitter.com/ANI/status/1274361845655023622?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274361845655023622&ref_url=https%3A%2F%2Fwww.livehindustan.com%2Futtarakhand%2Fstory-uttarakhand-cm-trivendra-singh-rawat-after-video-conferencing-with-up-cm-yogi-adityanath-and-haryana-cm-manohar-lal-said-kawad-yatra-has-been-pospone-due-to-corona-pandemic-3294565.html
/wp:core-embed/twitter

ଗୃହ ମନ୍ତ୍ରୀଙ୍କ ସହ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସହିତ କାଉଁଡିଆଙ୍କ ଯାତ୍ରା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଯାତ୍ରା ଉପରେ ଗମ୍ଭୀରତାର ସହ ବିଚାର କରିବାକୁ କହିଥିଲେ। ସେ ୟୁପି ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ସହଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

ଦିଲ୍ଲୀ ହାଇଓ୍ଵେ ରହୁଥିଲା ଜାମ

କାଉଁଡିଆଙ୍କ ଯାତ୍ରାରେ ହରିଦ୍ଵାର-ମେରଠ-ଦିଲ୍ଲୀ ହାଇଓ୍ଵେ ପାଞ୍ଚ-ଛଅ ଦିନ ପର୍ଯ୍ୟନ୍ତ ଜାମ ରହିଥାଏ। ଏହି କାରଣରୁ ଡେରାଡୁନ ଏବଂ ଗଢଓ୍ଵାଲରୁ ବାହାରୁଥିବା ବସ୍‌କୁ ମଧ୍ୟ ରୁଟ୍‌ ବଦଳାଇବାକୁ ପଡିଥାଏ। ସରକାରୀ ରେକର୍ଡ ଅନୁଯାୟୀ, ଗତ ବର୍ଷ କାଉଁଡିଆ ଯାତ୍ରାରେ ହରିଦ୍ଵାରରେ ପ୍ରାୟ ୩ କୋଟି ୪୦  ଲକ୍ଷ କାଉଁଡିଆ ଗଙ୍ଗାଜଳ ନେବାକୁ ପହଞ୍ଚିଥିଲେ। ଏଥର ଜୁଲାଇ ୬ରୁ ଯାତ୍ରା ଆରମ୍ଭ ହେବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.