Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ ମିଡିଆରେ ଧମାଲ କରିଛି ଚନ୍ଦ୍ରମୁଖୀ ଚୌଟାଲାଙ୍କର ବିକିନୀ ଫଟୋ

10/04/2019 at 2:45 PM

ମୁମ୍ୱାଇ୧୦|୪: ଟିଭି ଅଭିନେତ୍ରୀ ଏଫଆଇଆର ଫେମ୍‌ କବିତା କୌଶିକ ନିଜ ଅଭିନୟ ପାଇଁ ସମଗ୍ର ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ସୋୟାର କରୁଥିବାବା ଫଟୋ ପାଇଁ ଫେମସ ହୁଅନ୍ତି। କିଏ ନିଜ ବୋଲ୍ଡନେସ ପାଇଁ ତ କିଏ ନିଜ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ଥାନ୍ତି। କେବଳ ସେତିକି ନୁହେଁ ଫିଟନେସ ଓ ଲୁକ୍‌ ପାଇଁ ମଧ୍ୟ ପପୁଲାର ହୁଅନ୍ତି ଅନେକ ଅଭିନେତ୍ରୀ।
କିଛି ଦିନ ତଳେ କବିତା କୌଶିକ୍‌ ନିଜର ବିକିନୀ ଫଟୋଶୁଟ୍‌ କରାଇଥିଲେ। ତାଙ୍କର ବିକିନୀ ଲୁକ୍‌ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। କବିତାଙ୍କର ଅନେକ ବିକିନୀ ଫଟୋ ଆଗରୁ ଭାଇରାଲ ହୋଇଚି ସତ, କିନ୍ତୁ ଏହି ଫଟୋରେ ତାଙ୍କ ସ୍ୱାମୀଙ୍କ ସହ ସେ ଫଟୋଶୁଟ୍‌ କରିଛନ୍ତି। ଉଭୟଙ୍କ କ୍ୟାମେଷ୍ଟ୍ରି ଅନେକ ଦର୍ଶକଙ୍କୁ ପସନ୍ଦ ଆସିଛି।
ଆଜିକାଲି କବିତାଙ୍କର ଅନେକ ବୋଲ୍‌ଡଲୁକ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କର ଏହି ଫଟୋରେ ହଜାର ହଜାର କମେଣ୍ଟ ଓ ଲାଇକ୍‌ ଆସୁଛି। ଏହି ଫଟୋ ଦ୍ୱାରା କବିତା ଫିଟ୍‌ ରହିବାର ଟିପ୍ସ ମଧ୍ୟ ଦେଇଛନ୍ତି। କବିତା ପ୍ରତ୍ୟେକ ଦିନ ଯୋଗ କରନ୍ତି।
ତେବେ ଏହି ଫଟୋରେ କବିତା ଟ୍ରୋଲ୍‌ସର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । କବିତା ଟ୍ରୋଲର ଉତ୍ତରରେ କହିଛନ୍ତି ଯେ,  ସେ ସବୁବେଳେ ଖୁସିରେ ରହନ୍ତି,  କାରଣ ସେ ଖୁସି ରହିବାକୁ ପସନ୍ଦ କରନ୍ତି। ଯେଉଁମାନେ ଖରାପ କମେଣ୍ଟ ଓ ଖରାପ କଥା ଲେଖନ୍ତି ତାହା ଦେଖି ମଧ୍ୟ ସେ ଖୁସି ଅନୁଭବ କରନ୍ତି। କାରଣ ତାଙ୍କର ନିଜ ଉପରେ ବହୁତ ବିଶ୍ୱାସ ରହିଛି। ତେଣୁ ଏହି ସବୁ ନେଗେଟିଭ କମେଣ୍ଟ ର ତାଙ୍କ ଉପରେ କୌଣସି ପ୍ରଭାବ ପକାଇନଥାଏ।
ଏଫଆଇଆର ଧାରାବାହିକରେ ପୋଲିସ ଭୂମିକାରେ ଅଭିନୟ କରି ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଧାରାବାହିକରୁ ଇଣ୍ଡଷ୍ଟ୍ରିରେ ସେ ନିଜର ଭିନ୍ନ ପରିଚୟ ତିଆରି କରିପାରିଛନ୍ତି।

 

 

 

 

   Related Posts