KBCରେ ସଂସଦ ଉପରେ ଉଠିଥିବା ପ୍ରଶ୍ନ ନେଇ ଆସିଲା ଅଭିଯୋଗ : ୟୁଜର୍ସ କଲେ ଟ୍ରୋଲ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯  : ସୋନି ଟିଭିର ବହୁ ଲୋକ ପ୍ରିୟ ରିଆଲିଟି ଶୋ କୋନ୍‌ ବନେଗା କରୋଡ୍‌ ପତି । ଦର୍ଶକଙ୍କୁ ଏହି ଶୋ ଖୁବ୍‌ ପସନ୍ଦ ଆସିଥାଏ । ସବୁ ସପ୍ତାହରେ ବିଭିନ୍ନ ପ୍ରଶ୍ନକୁ ନେଇ ରୋମାଞ୍ଚକ ମଧ୍ୟ ବଢିଥାଏ । ହେଲେ ଏବେ କେବିସିରର ଏମିତି ପ୍ରଶ୍ନକୁ ନେଇ ଉଠିଛି ପ୍ରଶ୍ନ । ପ୍ରସାରିତ କେବିସିର ପ୍ରଶ୍ନକୁ ନେଇ ଜଣେ ଦର୍ଶକ ଆରୋପ ଉଠାଛନ୍ତି।

ତେବେ ଏହି ପ୍ରଶ୍ନ ଥିଲା ଭାରତୀୟ ସଂସଦର ବୈଠକ କିପରି ହୋଇଥାଏ ।ତେବେ ଏହାର ଉତ୍ତର ପ୍ରଶ୍ନକାଳ ହୋଇଥିବା ବେଳେ ଏହାର ଉତ୍ତର ଶୁଣିବା ପରେ କେବିସି ଶୋର ସ୍କ୍ରିନ ସଟ ନେଇ ଦର୍ଶକ ଜଣକ ଟ୍ଵିଟ କରିଥିଲେ ।

wp:html /wp:html

ପ୍ରଶ୍ନ ଓ ଉତ୍ତର ଉଭୟ ଭୁଲ ଥିବା କାରଣରୁ ଶୋକୁ ଏବେ ଟ୍ରୋଲ କରାଯାଉଛି। ସେହିପରି ଲୋକସଭାକୁ ନେଇ ମଧ୍ୟ ପ୍ରଶ୍ନ ଯାଞ୍ଚ କରିବାକୁ କୁହାଯଇଛି। ତେବେ ଏହାର ଉତ୍ତରରେ ଶୋର ପ୍ରଡ୍ୟୁସର ମଧ୍ୟ କହିଛନ୍ତି ଯେ, ଏଥିରେ କିଛି ଭୁଲ ନାହିଁ। ଲୋକସଭା ଓ ରାଜ୍ୟ ସଭାର ହ୍ୟାଣ୍ଡ ବୁକରେ ଯଦି ଚେୟାରପର୍ସନଙ୍କ ଦ୍ୱାରା କିଛି କୁହାଯାଇନଥାଏ ତେବେ ସେସନ୍‌ ଆରମ୍ଭ ପ୍ରଶ୍ନକାଳରୁ ହୋଇଥାଏ ଏହାପରେ ଶୂନ୍ୟକାଳ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.