Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କାହିଁକି ଅମିତାଭ ବଚ୍ଚନଙ୍କ ସ୍ଥାନରେ ଶାହାରୁଖଙ୍କୁ ହୋଷ୍ଟ ଭାବେ ନେବାରେ ଫେଲ୍ ମାରିଥିଲା KBC ? ସତ ବଖାଣିଲେ ପ୍ରଯୋଜକ

5/07/2021 at 3:23 PM

ମୁମ୍ବାଇ ୦୫/୦୭: ‘କୌନ ବନେଗା କରୋଡପତି’କୁ ୨୧ ବର୍ଷ ପୁରଣ ହୋଇଯାଇଛି । ଏହାର ପ୍ରଥମ ଏପିସୋଡ୍ ଜୁଲାଇ ୩, ୨୦୦୦ ମସିହାରେ ପ୍ରସାରିତ ହୋଇଥିଲା । ଏହି ଶୋ’ରୁ ଅମିତାଭ ବଚ୍ଚନ ଛୋଟ ପରଦାରେ ଡେବ୍ୟୁ କରିଥିଲେ । ଏହାପରେ ସେ ଟିଭିର ଭ୍ୟାଲୁ ହିଁ ବଦଳାଇ ଦେଇଥିଲେ । ଏପର୍ଯ୍ୟନ୍ତ ଏହି ଶୋ’ର ୧୩ଟି ସିଜିନ୍ ଦେଖାଯାଇ ସାରିଛି । କେବଳ ଗୋଟିଏ ସିଜିନକୁ ଛାଡି ବାକି ସବୁ ଅମିତାଭ ବଚ୍ଚନ ହୋଷ୍ଟ କରିଛନ୍ତି ।

୨୦୦୭ ମସିହାରେ ଅମିତାଭ ବଚ୍ଚନ ଏହି ଶୋ’ କରିବାକୁ ମନା କରିଦେଇଥିଲେ, ଯାହାପରେ ସିଜିନ୍ ୩ କୁ ଶାହାରୁକ ଖାନ ହୋଷ୍ଟ କରିଥିଲେ । ମେକର୍ସଙ୍କୁ ବିଶ୍ୱାସ ଥିଲା ଯେ ଏହି ଥର ମଧ୍ୟ ଶୋ’ ସେତିକି ହିଟ୍ ରହିବ କିନ୍ତୁ ଏହା ହୋଇପାରିଲା ନାହିଁ । ଶୋ’ର ଟିଆରପି ରେଟିଙ୍ଗରେ ତଳକୁ ଖସିଲା ଏବଂ ଦର୍ଶକ ଶାହାରୁଖ ଖାନଙ୍କୁ ନୂଆ ହୋଷ୍ଟ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଯାହାପରେ ଅମିତାଭ ବଚ୍ଚନଙ୍କୁ ପୁଣିଥରେ ପରବର୍ତ୍ତୀ ସିଜିନରେ ଡକା ଯାଇଥିଲା ।

ଏକ ଇଣ୍ଟରଭ୍ୟୁରେ ଶୋ’ର ପ୍ରଡ୍ୟୁସର୍ ସିଦ୍ଧାର୍ଥ ବାସୁ ଶାହାରୁଖ ଖାନଙ୍କ ସହିତ ଶୋ’ ଫ୍ଲପ୍ ହେବାକୁ ନେଇ କଥା ହୋଇଥିଲେ । ସେ କହିଥିଲେ, ଶାହାରୁଖ ଖାନଙ୍କ ସହ ଯେଉଁ ଜିନିଷ ଚାଲିଲା ନାହିଁ ତାହା ଅମିତାଭ ବଚ୍ଚନଙ୍କ ସହ ତାଙ୍କର ତୁଳନା ଥିଲା । ମୁଁ ଭାବୁଛି ଶାହାରୁଖ ଏହାକୁ ନିଜର ଚାର୍ମ ଏବଂ ମଜାଳିଆ ଢଙ୍ଗରେ କରିଥିଲେ। ଶୋ’କୁ ଭଲ ରେଟିଂ ମିଳିଥିଲେ । ଆମେ ଶାହାରୁଖ ଖାନଙ୍କ ସହିତ ତିନୋଟି ଶୋ କରିଛୁ, ମୋତେ ଲାଗୁଛି ସେ ଟିଭିର ସବୁଠାରୁ ନାଚୁରାଲ୍ ହୋଷ୍ଟ ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜେ ଭାବି କରିଥାନ୍ତି ।

ସିଦ୍ଧାର୍ଥ ସ୍ୱୀକାର କରିଛନ୍ତି ଯେ ଅମିତାଭଙ୍କ ସହ ବାରାବର କରିବା ଏବେ ବି କଷ୍ଟସାଧ୍ୟ । ସେ କହିଛନ୍ତି, ଚାଲ ଏହାକୁ ମଧ୍ୟ ସାମ୍ନା କରିବା। ଅମିତାଭ ବଚ୍ଚନ ସର୍ବଦା କେବିସିର ଏବିସି ରହିବେ। ଶୋ’ରେ ତାଙ୍କ ସ୍ଥାନ ନେବା ଏକ ବଡ କଥା ।

ଅମିତାଭ ବଚ୍ଚନ ପ୍ରଥମେ ଏହି ଶୋ’ କରିବାକୁ ଦ୍ୱିଧା କରୁଥିଲେ କାରଣ ସେ ସବୁବେଳେ ଫିଲ୍ମ ଅଭିନେତା ହେବାକୁ ଚାହୁଁଥିଲେ। ପରେ, କେବିସି ଟିମ୍ ତାଙ୍କୁ ଲଣ୍ଡନ ନେଇ ଯାଇଥିଲେ ଯେଉଁଠାରେ ତାଙ୍କୁ ଓରିଜିନାଲ୍ ଶୋ ହୁ ୱାଣ୍ଟ୍ସ ଟୁ ବି ଏ ମିଲିଅନଏୟାର’ର ସୁଟିଂ ଦେଖାଯାଇଥିଲା । ତା’ପରେ ସେ ଶୋ କରିବାକୁ ରାଜି ହୋଇଥିଲେ।

   Related Posts