କେବିସି-୧୩ରେ ନଜର ଆସିଲେ ଜ୍ୟାକି ଶ୍ରଫ୍ ଓ ସୁନିଲ୍ ସେଟ୍ଟୀ : ଜିତିଥିବା ୨୫ ଲକ୍ଷ ଟଙ୍କାରେ କରିବେ ଗରିବଙ୍କ ସାହାଯ୍ୟ

Published By : Prameya-News7 Bureau | September 25, 2021 IST

ମୁମ୍ବାଇ ୨୫/୦୯ : ସୋନି ଟିଭିର ଲୋକ ପ୍ରିୟ ଶୋ କୌନ ବନେଗା କରୋଡ଼ପତି କ୍ରମାଗତ ଭାବରେ ଦର୍ଶକଙ୍କ ହୃଦୟ ଜିତି ଚାଲିଛି। ଏହି ଶୋ ରେ ଲଗାତାର ଭାବରେ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଛି । ତେବେ ଶୋ ରେ ପ୍ରଶ୍ନର ଉତ୍ତର ଦେବା ସହିତ ଅନେକ ସମୟରେ ବହୁତ  ଥଟ୍ଟା ଏବଂ ମଜା ଦେଖିବାକୁ ମିଳିଥାଏ । ଶୋ ରେ ଅମିତାଭ ବଚ୍ଚନଙ୍କ ଶୈଳୀ ଦେଖି ସମସ୍ତେ ତାଙ୍କୁ ଭଲ ପାଆନ୍ତି। ପ୍ରତ୍ୟେକ ଶୁକ୍ରବାର ଶୋ ଏକ ସ୍ୱତନ୍ତ୍ର ଏପିସୋଡ୍ ପ୍ରସାରଣ କରେ ଯେଉଁଠାରେ ଏକ ସ୍ୱତନ୍ତ୍ର ଅତିଥି ଶୋ’ର ଏକ ଅଂଶ ହୋଇଯାଏ । ଏହି, ଶୁକ୍ରବାର ଦିନ ଅଭିନେତା ଜ୍ୟାକି ଶ୍ରଫ ଏବଂ ସୁନୀଲ ଶେଟ୍ଟୀ ଅମିତାଭ ବଚ୍ଚନଙ୍କ ଶୋ କେବିସି -୧୩ର ହଟ ସିଟରେ  ଦେଖିବାକୁ ମିଳିଥିଲା । ତେବେ ଅମିତାଭ୍ ଙ୍କ ପ୍ରଶ୍ନର ଉତ୍ତର ଖୁବ୍‌ ଉତ୍ସାହ ଦେଉଥିବାର ନଜର ଆସିଥିଲେ ।

wp:html
/wp:html wp:html
/wp:html

ତେବେ ଏହି ଉଭୟ କଳାକାର ଶୋ କୁ ଆସିବା ସହିତ ଏପିସୋଡ ରେ ଚାର୍‌ ଚାନ୍ଦ ଲାଗି ଯାଇଥିଲା । ଅମିତାଭ ବଚ୍ଚନ ଏହି ଦୁଇ କଳାକାରଙ୍କ ସହ ତାଙ୍କର ବିଶେଷ ଶୈଳୀରେ କଥାବାର୍ତ୍ତା କରିଥିଲେ। ଏହି ସମୟରେ, ଦୁହେଁ ଦର୍ଶକଙ୍କ ସହିତ ସେମାନଙ୍କର ବନ୍ଧୁତା, କ୍ୟାରିୟରର ପ୍ରଥମ ଦିନର ସ୍ମୃତି ଏବଂ ଅନେକ ରୋଚକ କଥା ସେୟାର କରିଥିଲେ। ଶୋ’ରେ ପହଞ୍ଚିଥିବା ଜ୍ୟାକି ଏବଂ ସୁନୀଲ ୧୩ଟି ପ୍ରଶ୍ନର ଉତ୍ତର ଦେଇ ୨୫ଲକ୍ଷ ଟଙ୍କା ଜିତିଥିଲେ। ଯେତେବେଳେ ଅମିତାଭ ବଚ୍ଚନ ୧୪ତମ ପ୍ରଶ୍ନ ପଚାରିବାକୁ ଯାଉଥିଲେ, ହୁଟର ବାଜିଲା ଏବଂ ଖେଳ ଶେଷ ହୋଇଥିଲା। ଏହି ଟଙ୍କା ଜିତିବା ପରେ ଉଭୟ କଳାକାର କହିଥିଲେ ଯେ ସେମାନେ ଏହି ଟଙ୍କାରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.