ଅଟୋରେ ଯାଉଛନ୍ତି କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ, ଭିଡିଓ ଦେଖି ୟୁଜର୍ସ କହିଲେ-'ବାହାଘର ପାଇଁ ପୁରା ବଜେଟ୍ ଦୋହଲି ଯାଇଛି'

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪/୧୨: ବଲିଉଡ ଏ-ଲିଷ୍ଟର ଅଭିନେତ୍ରୀ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ବିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯାହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ସମୟରେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ କୈଫଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିଦେଇଛି।

ଇସାବେଲଙ୍କ ସ୍ପଟଟେଡ୍ ଭିଡିଓ ବଲିଉଡର ପ୍ରସିଦ୍ଧ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଯେଉଁଥିରେ କ୍ୟାଟ୍ରିନାଙ୍କ ଭଉଣୀ ରାସ୍ତା କଡ଼ରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଏହା ପରେ ସେ ଏକ ଅଟୋରେ ବସି ଯାଇଛନ୍ତି। ଏହି ସମୟରେ, ପାପାରାଜି ତାଙ୍କୁ ଡାକିଛନ୍ତି, କିନ୍ତୁ ଇସାବେଲ ସେଠାରୁ ଚାଲିଯାଇଛନ୍ତି। ଇସାବେଲଙ୍କ ଏହି ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ଚିନ୍ତାରେ ପଡିଯାଇଛନ୍ତି ଯେ ଏତେ ବଡ ଅଭିନେତ୍ରୀଙ୍କ ଭଉଣୀଙ୍କୁ କାହିଁକି ଅଟୋରେ ଟ୍ରାଭେଲ କରିବାକୁ ପଡୁଛି। କ୍ୟାଟଙ୍କ ଭଉଣୀଙ୍କ ଏହି କ୍ଲିପ୍ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି।

wp:html
/wp:html

ଭିଡିଓରେ ଇସାବେଲ ବ୍ଲାକ୍ ଟି-ସାର୍ଟ ସହିତ ଲାଇଟ୍ ବ୍ଲୁ ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି। ସେ ବ୍ଲାକ୍ ବୁଟ୍ସ ଏବଂ ସାଇଡ୍ ବ୍ୟାଗ୍ ସହିତ ମାସ୍କ ପିନ୍ଧି ନିଜ ଲୁକକୁ କମ୍ପ୍ଲିଟ୍ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ବିଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ଅଟୋ ଏବଂ ଫଟା ଜିନ୍ସ...ବିବାହ ବଜେଟ୍‌କୁ ଦୋହଲାଇ ଦେଇଛି। ଆଉ ଜଣେ ଲେଖିଛନ୍ତି, କ୍ୟାଟ୍ରିନା ନିଜେ ଏତେ ଦାମୀ କପଡା କିଣୁଛନ୍ତି, ଗୋଟିଏ ଦୁଇଟି ତାଙ୍କୁ ବି ଦିଅନ୍ତୁ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ହେ ଭଗବାନ! ଏମାନେ ବି ଅଟୋରେ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.