ଜଣେ କି ୨ ଜଣ ନୁହେଁ କାଟ୍ରିନାଙ୍କର ୮ ଭାଇ - ଭଉଣୀ , ଜାଣନ୍ତୁ ତାଙ୍କ ପରିବାର ବିଷୟରେ

Published By : Prameya-News7 Bureau | July 16, 2020 IST

ମୁମ୍ବାଇ ୧୬/୭: କାଟ୍ରିନା କୈଫ ଆଜି ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। କରୋନା ଭାଇରସ୍ ଯୋଗୁଁ କାଟ୍ରିନା ଭଉଣୀ ଇସାବେଲ୍ ସହ ଘରେ ହିଁ ନିଜ ସ୍ପେଶାଲ ଦିନକୁ ସେଲିବ୍ରେଟ୍ କରିବେ। ଆପଣ ଜାଣିଛନ୍ତି କି ଇସାବେଲଙ୍କ ବ୍ୟତୀତ କାଟ୍ରିନା କୈଫଙ୍କ ଆଉ କେତେ ଭାଇ ଭଉଣୀ ଅଛନ୍ତି? କାଟ୍ରିନା କୈଫଙ୍କ ୭ଭାଇ-ଭଉଣୀ ଅଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

{"id":301274,"sizeSlug":"large"}

 ମା ସୁଜାନଙ୍କ ସହ କାଟ୍ରିନାଙ୍କ ସମ୍ପର୍କ ଅତ୍ୟନ୍ତ ଗଭୀର ରହିଛି। କାଟ୍ରିନାଙ୍କ ମାଆ ଓକିଲ ଏବଂ ସମାଜସେବୀ ରହି ଆସିଛନ୍ତି। ସୁଜାନଙ୍କୁ ତାଙ୍କ କାମ ପାଇଁ ଖୁବ୍ ଟ୍ରାଭେଲ୍ କରିବାକୁ ପଡ଼ିଥିଲା ଏବଂ ତାଙ୍କ ପିଲାମାନେ ମଧ୍ୟ ତାଙ୍କ ସହ ଯାଉଥିଲେ। ଏଥିପାଇଁ କାଟ୍ରିନା ଏବଂ ତାଙ୍କ ଭାଇ-ଭଉଣୀଙ୍କ ପାଠପଢ଼ା ସ୍କୁଲରେ ହୋଇନଥିଲା ଏବଂ ତାଙ୍କୁ ହୋମ୍ ଟ୍ୟୁଟରରେ ପଢ଼ାଯାଇଥିଲା।

{"id":301279,"sizeSlug":"large"}

କାଟ୍ରିନାଙ୍କ ବାପାଙ୍କ ନାଁ ମହମ୍ମଦ କୈଫ। ମହମ୍ମଦ କାଶ୍ମିରୀ। ସେ ଜଣେ ବ୍ୟବସାୟୀ। ମହମ୍ମଦ ଏବଂ ସୁଜାନଙ୍କ ବିବାହ ବିଚ୍ଛେଦ କାଟ୍ରିନାଙ୍କ ପିଲାଦିନେ ହୋଇ ଯାଇଥିଲା। ଏହା ପରେ କାଟ୍ରିନା ଏବଂ ତାଙ୍କ ପରିବାର ୟୁଏସ୍ ଚାଲି ଯାଇଥିଲା। ସୁଜାନ୍ ଟରକୁଆଟ ଏକୁଟିଆ ପିଲାଙ୍କ ଲାଳନପାଳନ କରିଛନ୍ତି।

{"id":301283,"sizeSlug":"large"}

କାଟ୍ରିନାଙ୍କ ୩ବଡ଼ ଭଉଣୀ-ଷ୍ଟେଫନି,କ୍ରିଷ୍ଟିନ୍ ଏବଂ ନତାଶା ଏବଂ ତାଙ୍କ ୩ସାନ ଭଉଣୀ-ମେଲିସା,ସୋନିଆ ଏବଂ ଇସାବେଲ୍। ଏହା ସହିତ କାଟ୍ରିନାଙ୍କ ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ମାଇକେଲ୍। କାଟ୍ରିନା ଏବଂ ଇସାବେଲଙ୍କ ବ୍ୟତୀତ ତାଙ୍କର କୌଣସି ଭାଇ ଭଉଣୀଙ୍କ ମନୋରଞ୍ଜନ ଜଗତ ସହ ସମ୍ପର୍କ ନାହିଁ।

{"id":301285,"sizeSlug":"large"}

କାଟ୍ରିନା କୈଫଙ୍କ ଜନ୍ମ ହଙ୍ଗ୍ କଙ୍ଗରେ ହୋଇଥିଲା। ତାଙ୍କ ନାଁ କାଟ୍ରିନା ଟରକୁଆଟ ରଖାଯାଇଥିଲା। ବଲିଉଡକୁ ଆସି ସେ ନିଜ ନାଁ ବଦଳାଇ ଦେଇଥିଲେ। ତାଙ୍କ ବଡ଼ ଭଉଣୀ ଷ୍ଟେଫନି ଟରକୁଆଟ ନିଜ ଜୀବନକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି।

{"id":301286,"sizeSlug":"large"}

ତାଙ୍କ ଭାଇ ମାଇକେଲ୍ ଘରର ଏକମାତ୍ର ପୁଅ। ସେ ସୁଜାନଙ୍କ ଦ୍ବିତୀୟ ସନ୍ତାନ। ମାଇକେଲ୍ ଜଣେ ଫର୍ଣ୍ଣିଚର ଡିଜାଇନର। ତାଙ୍କର ନିଜର ଏକ ବ୍ଲଗ୍ ରହିଛି ଯେଉଁଥିରେ ସେ ନିଜର କ୍ରିଏସନ ପୋଷ୍ଟ୍ କରନ୍ତି।

{"id":301287,"sizeSlug":"large"}

କାଟ୍ରିନାଙ୍କ ତୃତୀୟ ଭଉଣୀ କ୍ରିଷ୍ଟିନ୍ ଜଣେ ଗୃହିଣୀ। ତାଙ୍କର ଚତୁର୍ଥ ଭଉଣୀ ନତାଶା ଜଣେ ଜୁଏଲାରୀ ଡିଜାଇନର। କାଟ୍ରିନାଙ୍କ ଅନେକ ଜୁଏଲାରୀ ନତାଶା ଡିଜାଇନ୍ କରିଛନ୍ତି।

{"id":301288,"sizeSlug":"large"}

କାଟ୍ରିନାଙ୍କ ସାନ ଭଉଣୀ ମେଲିସା ଜଣେ ବଢ଼ିଆ ସ୍କଲାର। ୨୦୦୯ମସିହାରେ ସେ ଇମ୍ପେରିୟାଲ୍ କଲେଜର ପ୍ରତିଷ୍ଠିତ Laing O’Rourke Mathematics Award ଜିତିଥିଲେ। ଏହା ବ୍ୟତୀତ ସେ DSI Best Thesis Prize ମଧ୍ୟ ଜିତିଥିଲେ। ସେ Anomaly Detection in Dynamics Network ଉପରେ ଲେଖିଥିବା ଥେସିସ ପାଇଁ ଏହି ଆଓ୍ବାର୍ଡ଼କୁ ନିଜ ନାଁରେ କରିଥିଲେ।

{"id":301290,"sizeSlug":"large"}

ଇସାବେଲ୍ କୈଫ,କାଟ୍ରିନାଙ୍କ ସପ୍ତମ ଭଉଣୀ। ଇସାବେଲ୍ ମଧ୍ୟ କାଟ୍ରିନାଙ୍କ ଭଳି ମଡେଲ୍ ଏବଂ ଅଭିନେତ୍ରୀ। ସେ ୨୦୧୪ମସିହାରେ ଡକ୍ଟର କ୍ୟାବି ନାମକ ଫିଲ୍ମରୁ ନିଜ ଆକ୍ଟିଂ ଡେବ୍ୟୁ କରିଥିଲେ। ଏଥିରେ ସଲମାନ ଖାନଙ୍କ ବଡ଼ ହାତ ଥିଲା। ଏବେ ଇସାବେଲ୍ ସୂରଜ ପାଞ୍ଚୋଲିଙ୍କ ସହ ନଜର ଆସିବେ।

{"id":301291,"width":588,"height":463,"sizeSlug":"large"}

କାଟ୍ରିନାଙ୍କ ସବୁଠୁ ସାନ ଭଉଣୀ ସୋନିଆ ଜଣେ ଫଟୋଗ୍ରାଫର ଏବଂ ଗ୍ରାଫିକ୍ସ ଡିଜାଇନର। କାଟ୍ରିନାଙ୍କ ପରିବାର ହଙ୍ଗ୍ କଙ୍ଗ୍ ଏବଂ ଲଣ୍ଡନ ଭଳି ସ୍ଥାନରେ ରହିଛି। ପରେ ସେମାନେ ୟୁଏସ୍ ଶିଫ୍ଟ ହୋଇଯାଇଥିଲେ।

{"id":301293,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.