ବିବାହ କରିବେ କ୍ୟାଟ୍ରିନା କୈଫ ! ଭିକି କୌଶଲଙ୍କ ସହ ପାଳନ କରିବେ ନୂଆବର୍ଷ, ଦୁଇଜଣ ନିଜ ରିଲେସନ୍‌କୁ ନେଇ ଅଛନ୍ତି ସିରିୟସ୍

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ୨୫/୧୧: ବର୍ତ୍ତମାନ ସମୟରେ ବଲିଉଡ୍‌ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅଭିନେତା ଭିକି କୌଶଲ୍‌ଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି। କିଛି ଦିନ ହେବ ଲଗାତାର ଭାବେ ଭିକି ଓ କ୍ୟାଟ୍ରିନା ଏକାଠି ନଜର ଆସିଛନ୍ତି। କ୍ୟାଟ୍ରିନା ଓ ଭିକି ଏକାଠି ନୂଆ ବର୍ଷ ପାଳନ କରିବେ ବୋଲି ଚର୍ଚ୍ଚା ହେଉଛି। ଏମାନେ ବିବାହ କରିପାରନ୍ତି ବୋଲି ବି ଚର୍ଚ୍ଚା ଚାଲିଛି ।

{"id":189727,"sizeSlug":"large"}

ସୂଚନା ଅନୁସାରେ ଭିକି ଓ କ୍ୟାଟ୍ରିନା ଦୁଇଜଣ ନିଜ ରିଲେସନ୍‌କୁ ନେଇ ସିରିୟସ୍‌ ଥିବା କଥା ଜଣାପଡ଼ିଛି। ଆଗାମୀ ଦିନରେ ଏହି ଦୁଇ କଳାକାର ଇଭେଣ୍ଟ କିମ୍ବା ପାର୍ଟିରେ ଖୋଲାଖୋଲି ଭାବେ ନଜର ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି। ଆସନ୍ତା ବର୍ଷ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି।

{"id":189728,"sizeSlug":"large"}

କ୍ୟାଟ୍ରିନା ଓ ଭିକି ଏକାଠି ମିଶି ଦୀପାବଳି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ସୁଟ୍‌ ହୋଇଥିବା ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ  ଭାଇରାଲ ହୋଇଥିଲା। ଯାହାକି  ଉଭୟଙ୍କ ପ୍ରଂଶସକ ଏହି ଫଟୋକୁ ପସନ୍ଦ କରିଥିଲେ। କରନ ଜୋହରଙ୍କ ସୋ ରେ କ୍ୟାଟ୍ରିନା ତାଙ୍କର ପସନ୍ଦ ବୋଲି ଭିକି କହି ସାରିଛନ୍ତି।

{"id":189729,"sizeSlug":"large"}

ଏବେ ଲୁଚାଛପାରେ ଭିକି କୌଶଲ ଓ କାଟ୍ରିନା ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା ସୂଚନା ମିଳିଛି । କିନ୍ତୁ ଆଗାମୀ ଦିନରେ ଏହି ଦୁଇଜଣ କଳାକାର ଖୋଲାଖୋଲି ଭାବେ ବିଭିନ୍ନ ଇଭେଣ୍ଟ ଓ ପାର୍ଟିରେ ନଜର ଆସି ପାରନ୍ତି ବୋଲି ଆଶା କରାଯାଉଛି। ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.