ପ୍ରଧାନମନ୍ତ୍ରୀଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା

Published By : Prameya-News7 Bureau | June 02, 2019 IST

ମୁମ୍ବାଇ ୨|୬: ୨୦୧୯ ଲୋକସଭା  ନିର୍ବାଚନରେ ବହୁମତରେ ଜିତିଥିବା ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ମସିହାରୁ ନରେନ୍ଦ୍ର ମୋଦି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ମୋଦିଙ୍କ ସଫଳତା ଭାରତୀୟ ରାଜନୈତିକ ଇତିହାସରେ ବିରଳ। ମେ ୨୩ ତାରିଖରେ ନିର୍ବାଚନ ଫଳ ପ୍ରକାଶିତ ହେବା ପରେ ମୋଦିଙ୍କ କ୍ରେଜ୍‌ ଲୋକଙ୍କ ମଧ୍ୟରେ ବଢିଯାଇଛି।

ତେବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୋଦିଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇଛନ୍ତି।  ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବ ଖୁବ୍‌ ନିଆରା । ଏହା ସହ କ୍ୟାଟ୍ରିନା ମୋଦିଙ୍କ ସହ ଡିନର୍‌ରେ ଯିବାକୁ ଚାହାନ୍ତି ବୋଲି ସେ କହିଥିଲେ । ଏହି ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ସହ ସଲମାନ ଖାନ୍‌ ଉପସ୍ଥିତ ଥିଲେ।  କ୍ୟାଟ୍ରିନା ସଲମାନଙ୍କ ସହ ମଧ୍ୟ କେବେ ଡିନର୍‌ କରିନାହାନ୍ତି । ଏହାର କାରଣ ସଲମାନ ସ୍ପଷ୍ଟ କରି କହିଥିଲେ।

ସେ କହିଥିଲେ ଯେ, କ୍ୟାଟ୍ରିନା ସଂଧ୍ୟା ୬:୩୦ରେ ଡିନର୍‌ କରନ୍ତି ଓ ସଲମାନ କେବେ କେବେ ସେତେବେଳେ ମଧ୍ୟାନ ଭୋଜନ କରନ୍ତି। ଏଥିପାଇଁ ଉଭୟ କେବେ ଡିନର୍‌ରେ ଯାଇନାହାନ୍ତି।  ସାକ୍ଷାତକାରରେ କ୍ୟାଟ୍ରିନା କହିଥିଲେ ଯେ, ସେ ୩ ଜଣଙ୍କ ସହ ଡିନର କରିବାକୁ ଚାହାନ୍ତି। ସେମାନେ ହେଲେ  ମ୍ୟାରୀଲିନ ମନରୋ, ନରେନ୍ଦ୍ର ମୋଦି ଜୀ ଏବଂ କଣ୍ଡୋଲିଜା ରାଇସ। କ୍ୟାଟ୍ରିନା ଏକ ସାକ୍ଷାତକାରରେ ତାଙ୍କ ଇଚ୍ଛା ପ୍ରକାଶ କରିଥିଲେ।  ଏହି ବିଶେଷ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.