Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବିକି ଓ କ୍ୟାଟ୍‌ଙ୍କ ବିବାହରେ ସାମିଲ୍ ହେବେନି ସଲମାନ୍ ଖାନ୍ !

14/11/2021 at 11:54 AM

ନୂଆଦିଲ୍ଳୀ ୧୪।୧୧ : ବଲିଉଡ ବାର୍ବି ଡଲ୍‌ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ତାଙ୍କ ବିବାହର ପ୍ରସ୍ତୁତି ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ଚାଲିଛି । ପ୍ରଶଂସକମାନେ ଉତ୍ସାହର ସହିତ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଖବର ଅନୁଯାୟୀ, ଡିସେମ୍ବର ୭ ରୁ ୯ ମଧ୍ୟରେ ଉଭୟ ବିବାହ କରିବେ । ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଉଭୟଙ୍କ ବିବାହ ବୁକିଂ କରାଯାଇଛି। ପ୍ରସ୍ତୁତି ଭଲ ଚାଲିଛି କି ନାହିଁ ଦେଖିବା ପାଇଁ ଉଭୟ ଦଳ ଜୟପୁରରେ ପହଞ୍ଚିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ।

ତେବେ ରିପୋର୍ଟ ଅନୁଯାୟୀ ତାଙ୍କ ଅତିଥି ତାଲିକା ମଧ୍ୟ ସାମ୍ନାକୁ ଅସିଛି । ଏବେ ଶୁଣିବାକୁ ମିଳୁଛି ଯେ କ୍ୟାଟ୍ରିନାଙ୍କ ବିବାହରେ ସଲମାନ ସାମିଲ୍‌ ହେବେ ନାହିଁ ।  ସଲମାନ ଖାନ ପରିବାର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ଏହା ମଧ୍ୟ କୁହାଯାଉଛି ଯେ ପ୍ରଥମ ନିମନ୍ତ୍ରଣ ସଲମାନ ଖାନ ଏବଂ ତାଙ୍କ ପରିବାରକୁ ପଠାଯାଇଥିଲା। ସମସ୍ତେ ଜାଣନ୍ତି ଯେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କ ପାରିବାରିକ ସମ୍ପର୍କ ରହିଛି। ଭଲ ଏବଂ ଖରାପ ସମୟରେ ସଲମାନ ସବୁବେଳେ ତାଙ୍କ ପାଖରେ ଛିଡା ହୋଇଥିଲେ।

   Related Posts