ଯୋଧପୁରରେ ବୁଲୁଛନ୍ତି ନେହା କକ୍କଡ -ରୋହନ୍‌ ପ୍ରିତ , ଭିକି-କ୍ୟାଟ୍‌ଙ୍କ ବିବାହରେ କରିବେ ପରଫର୍ମ !

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଳୀ ୦୫।୧୨ : ଏବେ ବଲିଉଡରେ ଗୋଟିଏ ଖବର ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରୁଛି ।  ତାହା ହେଉଛି ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ । ଦିନ ଯେତେ ପାଖେଇ ଆସୁଛି ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଆଉ ମାତ୍ର ଦିନ କେଇଟା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି। ଏମିତିକି ଅତିଥିମାନେ ବି ନିଜର ପ୍ରସ୍ତୁତି କରି ସାରିଲେଣି । ଏହି ବିବାହରେ ସାମିଲ ହେବାକୁ କ୍ୟାଟ୍ରିନାଙ୍କ ଭାଇ ବି ରାଜସ୍ଥାନ ପହଞ୍ଚି ଯାଇଥିବା ଖବର ମିଳିଛି । ଏହା ବ୍ୟତୀତ ଦୁହଁଙ୍କ ବିବାହରେ ଅନେକ ନିୟମ ରଖାଯାଇଛି ।

ଏହାରି ଭିତରେ ଖବର ଅନୁଯାୟୀ ଶୁଣିବାକୁ ମିଳୁଛି କି ଭିକି-କ୍ୟାଟ୍ରିନାଙ୍କ ବିବାହରେ ଡ୍ୟାନ୍ସ ପରଫର୍ମ କରିବେ ବଲିଉଡର ଗାୟିକା ନେହା କକ୍କଡ ଓ ତାଙ୍କ ସ୍ବାମୀ ରୋହନପ୍ରିତ ସିଂ । ନିକଟରେ ଏମାନେ ବିଦେଶ ଭ୍ରମଣ କରିବାକୁ ଯାଇଥିବା ବେଳେ ଏବେ ତାଙ୍କୁ ପ୍ରଥମେ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ହେଲେ ଶନିବାର ତାଙ୍କୁ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଯଦିଓ ନେହା କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରି କରାଯାଇ ନାହିଁ । କିନ୍ତୁ ଏହି ସମୟରେ ନେହା ଓ ରୋହନପ୍ରିତଙ୍କୁ ଯୋଧପୁରରେ ଦେଖି ଗୋଟିଏ କଥା ହିଁ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.