Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଭିକି-କ୍ୟାଟ୍‌ଙ୍କ ବିବାହରେ ସାମିଲ୍ ହେବେ ୧୨୦ ଅତିଥି , ମାନିବାକୁ ପଡିବ ଏହି ୨ଟି ନିୟମ

4/12/2021 at 2:27 PM

ନୂଆଦିଲ୍ଲୀ ୦୪।୧୨ : କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଯେତେ ପାଖେଇ ଆସୁଛି ଖବର ସେତେ ଶୁଣିବାକୁ ମିଳୁଛି ।  ଦିନକୁ ଦିନ ଭଳିକି ଭଳି ନୂଆ ଖବର ସାମ୍ନାକୁ ଆସୁଛି । ଏହି ସବୁ ଖବର ଶୁଣି ଫ୍ୟାନ୍ସମାନେ ମଧ୍ୟ ଉତ୍ସାହ ବଢି ଯାଉଛି । ତେବେ ଖବର ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଦୁହିଁଙ୍କର ବିବାହ ୭ରୁ ୯ ଡିସେମ୍ବର ମଧ୍ୟରେ ହେବ । ରାଜସ୍ଥାନର ସୱାଇ ମାଧୋପୁରରେ ବିଶାଳ ଦୁର୍ଗରେ ଦୁହିଁଙ୍କ ହାତଗଣ୍ଠି ପଡିବ ।

ନିକଟରେ ଖବର ଆସିଥିଲା କି ଏହି ବିବାହ ପୂରବରୁ ସେମାନେ କୋର୍ଟ ମ୍ୟାରେଜ୍‌ କରିବେ ଏହା ପରେ ଦୁହେଁ ରାଜସ୍ଥାନ ପାଇଁ ଯିବେ । କିନ୍ତୁ ଗତ କାଲି ବିବାହକୁ ନେଇ ଏକ ନୋଟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା । ଯେଉଁଥିରେ ତାଙ୍କ ବିବାହ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପ୍ରଶାସନ ତାଙ୍କ ବିବାହ ନେଇ ନିୟମ କାନୁନ୍ ମଧ୍ୟ ରଖିଥିଲେ । କେତେ ଜଣ ଅତିଥି ସାମିଲ୍‌ ହେବେ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବିଷୟକୁ ମଧ୍ୟ ଖବର ସାମ୍ନାକୁ ଅସିଛି ।

ତେବେ କ୍ୟାଟ୍ରିନା ଓ ଭିକି ଦୁହେଁ ନିଜ ବିବାହକୁ ନେଇ ପ୍ରାଇଭେଟ୍‌ ରଖିବାକୁ ଚାହୁଁଛନ୍ତି । ଏଥିପାଇଁ ଦୁହେଁ କୌଣସି ପ୍ରକାରର ଅଫିସିଆଲି ଘୋଷଣା କରି ନାହାନ୍ତି । ଦୁହିଁଙ୍କ ବିବାହକୁ ନେଇ ବୈଠକରେ ଜିଲ୍ଲାପାଳ କହିଛନ୍ତି କି ଏହି ବିବାହ ୭ରୁ ଆରମ୍ଭ କରି ୯ ଯାଏଁ ଚାଲିବ । ଯେଉଁଥିରେ ୧୨୦ ଅଥିତି ସାମିଲ୍‌ ହେବେ । ତେବେ ଏହି ଲିଷ୍ଟରେ କିଏ କିଏ ସାମିଲ୍‌ ହେବେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ  କୁହାଯାଇଛି କି  ବିବାହରେ ଅଧିକରୁ ଅଧିକ ଭିଡ ହେବ ନାହିଁ । ଏଥିପାଇଁ ସ୍ବତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ବିବାହରେ ସାମିଲ୍‌ ହୋଇଥିବା ୧୨୦ ଅତିଥିମାନେ ମଧ୍ୟ ସମସ୍ତେ କୋଭିଡ୍‌ ପ୍ରୋଟକଲ୍‌କୁ ପାଳନ କରିବେ । ଡବଲ୍‌ ଡୋଜ୍‌ ନେଇଥିବା ସହ ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡିବ ।

   Related Posts