ଭିକ୍ୟାଟ୍‌ଙ୍କ ବିବାହକୁ ସୁଟ୍ କରିବା ପାଇଁ ୧୦୦ କୋଟି ଅଫର୍ କଲା OTT ପ୍ଲାଟଫର୍ମ

Published By : Prameya-News7 Bureau | December 08, 2021 IST

ମୁମ୍ବାଇ ୦୮/୧୨: କ୍ୟାଟ୍ରିନା କୈଫ୍ ଭିକି କୌଶଲ ଡିସେମ୍ବର ୯ ରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ପ୍ରଥମେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ପରେ ଉଭୟ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ ବିବାହ କରିବେ। କ୍ୟାଟ୍ରିନା-ଭିକିଙ୍କ ବିବାହ ଫଟୋ ଦେଖିବାକୁ ସମସ୍ତେ ଉତ୍ସକ, କିନ୍ତୁ ଏହି କପଲ୍ ବିବାହ ସ୍ଥାନରେ କୌଣସି ପ୍ରକାରର ମୋବାଇଲ୍ କିମ୍ବା କ୍ୟାମେରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ବିବାହ ପରିଚାଳନା କରୁଥିବା ଏଜେନ୍ସିକୁ କୌଣସି ପରିସ୍ଥିତିରେ ଫଟୋ ଲିକ୍ ନକରିବାକୁ କୁହାଯାଇଛି। ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଏହି କପଲ୍ ନିଜ ବିବାହର ଫୁଟେଜ ରାଇଟ୍ସ ଏକ ଅନ୍ତର୍ଜାତୀୟ ମାଗାଜିନକୁ ଦେଇଛନ୍ତି। ତେବେ ବର୍ତ୍ତମାନ ଖବର ଆସୁଛି ଯେ ଏହି ଫୁଟେଜ୍ ପାଇବା ପାଇଁ ଏକ OTT ପ୍ଲାଟଫର୍ମ କ୍ୟାଟ୍ରିନା-ଭିକିଙ୍କୁ ୧୦୦ କୋଟି ଟଙ୍କା ଅଫର୍ କରିଛି।

{"width":669,"height":503}
इस शख्स ने फाइनल किया कैटरीना कैफ का ब्राइडल लुक, शादी में इस अवतार में सजेगी एक्ट्रेस

ରିପୋର୍ଟ ଅନୁଯାୟୀ, ଏକ ଅଗ୍ରଣୀ OTT ପ୍ଲାଟଫର୍ମ କ୍ୟାଟ୍ରିନା-ଭକିଙ୍କ ବିବାହର ସ୍ୱତନ୍ତ୍ର ଫୁଟେଜ ପାଇବା ପାଇଁ ଦମ୍ପତିଙ୍କୁ ୧୦୦ କୋଟି ଟଙ୍କା ଅଫର୍ କରିଛି। ଏହି OTT ପ୍ଲାଟଫର୍ମ କପଲଙ୍କ ଫଟୋ ଏବଂ ଭିଡିଓଗୁଡ଼ିକୁ OTT ରେ ଷ୍ଟ୍ରିମ୍ କରିବାକୁ ଚାହୁଁଛି, ଯେଉଁଥିପାଇଁ ସେ ବହୁ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ ଅଛି। ପାଶ୍ଚାତ୍ୟ ଦେଶଗୁଡିକରେ ଏହା ବହୁତ କମନ୍ ଟ୍ରେଣ୍ଡ। ଯେତେବେଳେ ବି କେହି ସେଲିବ୍ରିଟି ବିବାହ କରନ୍ତି, ସେ ତାଙ୍କ ବିବାହ ଫୁଟେଜ୍ ମାଗାଜିନ୍ ବ୍ୟତୀତ ଚ୍ୟାନେଲଗୁଡିକୁ ମଧ୍ୟ ବିକ୍ରି କରନ୍ତି। ତେଣୁ ଏହି OTT ପ୍ଲାଟଫର୍ମ ମଧ୍ୟ ଭାରତରେ ଏହି ଧାରା ଆଣିବାକୁ ଚାହୁଁଛି।

ଯଦି କ୍ୟାଟ୍ରିନା-ଭିକି ଏହି ଚୁକ୍ତିରେ ରାଜି ହୁଅନ୍ତି, ତେବେ ଏହି OTT ପ୍ଲାଟଫର୍ମ କପଲଙ୍କ ସମସ୍ତ ବିବାହ କାର୍ଯ୍ୟ ସୁଟିଂ ଏବଂ ଏଡିଟ୍ କରିବା ପରେ ଏହାକୁ ଏକ ଫିଚର ଫିଲ୍ମ ପରି ଷ୍ଟ୍ରିମ୍ କରିବ। ଲାଇଭ୍ ମୋମେଣ୍ଟ୍ସ ବ୍ୟତୀତ ଏହି ଫୁଟେଜରେ ପରିବାର ସଦସ୍ୟ, ଅତିଥି, ମେକ୍ ଅପ୍ ଆର୍ଟିଷ୍ଟ, ଷ୍ଟାଇଲିଷ୍ଟ ଏବଂ ବିବାହ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ କଭର କରାଯିବ। ତେବେ ଏପର୍ଯ୍ୟନ୍ତ କ୍ୟାଟ୍ରିନା ଏବଂ ଭିକି ଏ ବିଷୟରେ କିଛି ସ୍ପଷ୍ଟ କରିନାହାଁନ୍ତି। ଏହି OTT ପ୍ଲାଟଫର୍ମ ଦୀପିକା ଏବଂ ରଣଭୀର ସିଂଙ୍କୁ ମଧ୍ୟ ସମାନ ଅଫର ଦେଇଥିଲା କିନ୍ତୁ ସେ ତାଙ୍କର ଫଟୋ ବିକ୍ରୟ କରିବାକୁ ମନା କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.