କ୍ୟାଟ୍ରିନା କୈଫ କରାଇଲେ ମୁହଁର ସର୍ଜରୀ! ପରିବର୍ତ୍ତିତ ଲୁକ୍ ଦେଖି ଟ୍ରୋଲର୍ସ କହିଲେ-ବୋଟକ୍ସ କ୍ୱିନ୍

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫/୧୧: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଗତ କିଛି ବର୍ଷ ଧରି ନିଜର ଫିଗର୍ ଏବଂ ସୈନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଜଣାଶୁଣା। କରୋନା ଅବଧି ପରେ, କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ 'ସୂର୍ଯ୍ୟବଂଶୀ' ରିଲିଜ୍ ପାଇଁ ପ୍ରସ୍ତୁତ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ କ୍ୟାଟ୍ରିନା କୈଫଙ୍କୁ ତାଙ୍କ ଲୁକ୍ ପାଇଁ ଟ୍ରୋଲ କରାଯାଉଛି।

wp:html /wp:html

କ୍ୟାଟ୍ରିନା ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଅଭିନେତ୍ରୀ ଟ୍ରୋଲର୍ସଙ୍କ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏହାର କାରଣ ହେଉଛି, ତାଙ୍କ ନୂଆ ଲୁକ। ସେ ବୋଟକ୍ସ କରାଇଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି।

wp:html /wp:html

ସେଲିବ୍ରିଟିମାନେ ସେମାନଙ୍କର ରଙ୍ଗ, ଲୁକ୍, ସାଇଜ୍, ଅଭିନୟ ଦକ୍ଷତା ପାଇଁ ପ୍ରାୟତଃ ଟ୍ରୋଲ୍ ହୁଅନ୍ତି। ଏଥର କ୍ୟାଟ୍ରିନା ଏକ ମାଗାଜିନ କଭର ପାଇଁ ଫଟୋସୁଟ କରିଛନ୍ତି। ତାଙ୍କ ଚେହେରା ପାଇଁ ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ କରି କହିଛନ୍ତି ଯେ ସେ ଅଲ୍ ବୋଟକ୍ସ। କିନ୍ତୁ ଏନେଇ ଅଭିନେତ୍ରୀ ବୋଟକ୍ସ ବିଷୟରେ କୌଣସି କଥା ନିଶ୍ଚିତ କରିନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.