Monday, August 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଲମାନଙ୍କ ସହ ରିଲେସନ ନେଇ ମୁହଁ ଖୋଲିଲେ କ୍ୟାଟ୍ରିନା

ମୁମ୍ବାଇ୧୮|୭: ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡି ସଲ୍ଲୁ ଓ କ୍ୟାଟ୍‌ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଅନ୍‌ସ୍କ୍ରିନ ସହ ଅଫସ୍କ୍ରିନ୍‌ରେ ମଧ୍ୟ ଦର୍ଶକ ଉଭୟଙ୍କୁ ଦେଖିବାକୁ ପସନ୍ଦ କରନ୍ତି। ସଲମାନ ଓ କ୍ୟାଟ୍ରିନାଙ୍କ କେମିଷ୍ଟ୍ରି ଫିଲ୍ମ ବକ୍ସଅଫିସ୍‌ରେ ହିଟ୍‌ ହୋଇଥାଏ। ସଲମାନ ଖାନଙ୍କ ଫିଲ୍ମ ଭାରତରେ ମଧ୍ୟ କ୍ୟାଟ୍ରିନା ନଜର ଆସିଥିଲେ।

ଗୋଟେ ସମୟରେ ସଲମାନ ଖାନଙ୍କ ସହ ରିଲେସନଶିପ୍‌ରେ ଥିଲେ କ୍ୟାଟ୍ରିନା। ଏବେ କିଛି ଦିନ ତଳେ ଏକ ସାକ୍ଷାତକାରରେ କ୍ୟାଟ୍‌ କକହିଥିଲେ ଯେ, ତାଙ୍କର ଓ ସଲମାନଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ଅଛି। କାରଣ ସଲମାନଙ୍କ ଜୀବନରେ ସବୁ କିଛି ସେଟ୍‌ ଅଛି। ସଲମାନ ତାଙ୍କୁ ବହୁତ ଅଧିକ ସମ୍ମାନ ଦିଅନ୍ତି ବୋଲି ସେ କହିଥିଲେ। ଏହା ସହ କ୍ୟାଟ୍‌ କହିଥିଲେ ଯେ, ଉଭୟ ଏକା ସହ ଥିଲା ବେଳେ କେବେ ଲାଇନ କ୍ରସ କରନ୍ତି ନାହିଁ। ଏଥିପାଇଁ ଦୁହେଁ ବେଶ ଭଲ ବଣ୍ଡ ସେଆର କରନ୍ତି।

ବାହାରେ ଲୋକେ ତାଙ୍କ ସଂର୍ପକକୁ ନେଇ ଯାହା କହିଲେ ମଧ୍ୟ ସେମାନେ ଏକ ଷ୍ଟ୍ରଙ୍ଗ ରିଲେସନ ମେଣ୍ଟେନ୍‌ କରନ୍ତି। ପିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାଟ୍ରିନାଙ୍କୁ ପାଖାପାଖି ଗୋଟେ ଦଶକ ପୂରା ହୋଇଗଲାଣି। ସେ ବଲିଉଡର ସମସ୍ତ ଅଭିନେତାଙ୍କ ସହ କାମ ମଧ୍ୟ କରିଛନ୍ତି। କିନ୍ତୁ ସଲମାନଙ୍କୁ କ୍ୟାଟ୍‌ଙ୍କ ଗଡ୍‌ ଫାଦର ବୋଲି କୁହାଯାଏ।  ଏବେ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ସହ ସୁର୍ଯ୍ୟବଂଶୀ ଶୁଟିଂରେ ବ୍ୟସ୍ତ ଅଛନ୍ତି।   

 

850 Views

   ସମ୍ବନ୍ଧିତ ଖବର