ସଲମାନଙ୍କ ସହ ଆଫେୟାର ନେଇ ପ୍ରଥମ ଥର ମୁହଁ ଖୋଲିଲେ କେଟ୍ରିନା, କହିଲେ ଗତ ୧୨ ବର୍ଷ ହେଲା ରହିଛି ଆମର…
30/10/2019 at 9:56 PM

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କେଟ୍ରିନା କୈଫ ସଲମାନଙ୍କ ସହ ତାଙ୍କ ସମ୍ପର୍କ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ସଲମାନଙ୍କ ସହ ତାଙ୍କର ଗତ ୧୨ ବର୍ଷ ହେଲା ଆଫେୟାର ଥିବା କହିଛନ୍ତି। ତେବେ ସେମାନଙ୍କ ସମ୍ପର୍କ ପ୍ରାୟ ୧୬ ବର୍ଷର ହେବ। ପ୍ରଥମେ ପ୍ରଥମେ ସେମାନେ ପରସ୍ପରର ଭଳ ବନ୍ଧୁ ବୋଲି ନିଜକୁ କହୁଥିଲେ। ହେଲେ କେବେ ସମ୍ପର୍କ ନେଇ ସ୍ପଷ୍ଟ ରୂପେ କିଛି କହିନଥିଲେ। ତେବେ କେଟ୍ରିନାଙ୍କ ଏହି ବୟାନ ପରେ ସଲମାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ମିଳିନାହିଁ।

କେଟ୍ରିନ ଜଣେ ବ୍ରିଟିଶ ଇଣ୍ଡିଆନ ମଡେଲ ଓ ଅଭିନେତ୍ରୀ। ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିବା ସହ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା ପାଲଟିପାରିଛନ୍ତି। ଆଜିର ଦିନରେ କେଟ୍ରିନ ଇଣ୍ଡଷ୍ଟ୍ରିର କେବଳ ଆଗଧାଡିର ନାୟିକା ନୁହଁନ୍ତି ହାଇପେଡ୍ ମଧ୍ୟ । ବଲିଉଡକ ଏକ୍ସ-କପଲଙ୍କ ଲିଷ୍ଟରେ କେଟ୍ରିନା ଓ ସଲମାନଙ୍କ ନାମ ସଭା ଶିର୍ଷରେ ରହିଛି। ହେଲେ ସେମାନେ କେବେ ସେମାନଙ୍କ ସମ୍ପର୍କକୁ ଖୋଲାଖୋଲି ପ୍ରକାଶ କରିନାହାନ୍ତି। ହେଲେ ଏତେ ବର୍ଷ ପରେ କେଟ୍ରିନା ପ୍ରଥମ ଥର ନିଜ ଆଡୁ ସଲମାନଙ୍କ ସହ ତାଙ୍କ ସମ୍ପର୍କ ଉପରୁ ପରଦା ହଟାଇଛନ୍ତି।

ସଲମାନଙ୍କ ସହ କେଟ୍ରିନା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ସବୁ ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ହେଲେ ମଝିରେ ସେମାନଙ୍କ ମଧ୍ୟରେ କିଛି ସମୟ ଲାଗି ଅବୁଝାମଣା ହୋଇଯାଇଥିଲା। ଏଣୁ ଉଭୟ ଆଉ ଏକତ୍ର ପରଦାରେ ଦେଖିବାକୁ ମିଳିନଥିଲେ। ତେବେ ପରେ ପୁଣି ସମ୍ପର୍କରେ ସୁଧାର ଆସିବା ଯୋଗୁ ଉଭୟ ଟାଇଗର ଜିନ୍ଦା ହୈ ଫିଲ୍ମଠାରୁ ପୁଣି ଏକତ୍ର କାମ କରିବା ଆରମ୍ଭ କରିଦେଇଛନ୍ତି।