ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ନିଅନ୍ତି କ୍ୟାଟ୍ରିନା : ବିୟୁଟି ପ୍ରଡକ୍ଟ ବିଜ୍ଞାପନରୁ ପାଆନ୍ତି ପୁଳା ପୁଳା ଟଙ୍କା , ତାଙ୍କ ସମ୍ପତ୍ତି କେତେ…?

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଳୀ ୧୫।୧୧ : ବଲିଉଡ ବାର୍ବି ଡଲ୍‌ ତଥା ଅଭିନେତ୍ରୀ  କ୍ୟାଟ୍ରିନା କୈଫ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସଫଳତା ପରେ ତାଙ୍କ ଗୋଡ ଆଉ ତଳେ ଲାଗୁନାହିଁ। ଏହା ସହ କ୍ୟାଟ୍ରିନା ଖୁବଶୀଘ୍ର ଅଭିନେତା ବିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତି ତାହାକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କ୍ୟାଟ୍ରିନାଙ୍କ କ୍ୟାରିୟର୍ କଥା ଯଦି କହିବା ତେବେ ସେ ବଲିଉଡ୍ ର ଜଣେ ସଫଳ ଅଭିନେତ୍ରୀ । ମାତ୍ର କେଇଟା ବର୍ଷ ମଧ୍ୟରେ ସେ ନିଜ ପାଇଁ ବଲିଉଡ୍ ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହା ସହ ସେ ନିଜ ଲାଇଫଷ୍ଟାଇଲ୍ ଠାରୁ ଆରମ୍ଭ କରି ଫିଟନେସ୍ ସବୁକିଛି ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏପରିକି ଅନ୍ୟ ସେଲେବ୍ ମାନେ ମଧ୍ୟ କ୍ୟାଟ୍ରିନା ଫିଟନେସ୍ କୁ ତାରିଫ୍ କରିଥାନ୍ତି

ବିବାହ ପୂର୍ବରୁ ତାଙ୍କୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଛି। କ୍ୟାଟ୍ରିନା ୨୦୦୩ ରେ ଫିଲ୍ମ ବୁମ୍ ଜରିଆରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଫିଲ୍ମ କରିସାରିଲେଣି । ତେବେ କ୍ୟାଟ୍ରିନା ଅନେକ ବର୍ଷ ହେବ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ସେ ବାର୍ଷିକ ହିସାବରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି।କ୍ୟାଟ୍ରିନା କେବଳ ଫିଲ୍ମରୁ ନୁହେଁ ବରଂ ନିଜର ମେକଅପ ବ୍ରାଣ୍ଡରୁ ମଧ୍ୟ ବାର୍ଷିକ ହିସାବରେ କୋଟି ଟଙ୍କା ରୋଜଗାର କରନ୍ତି । କ୍ୟାଟ୍ରିନାଙ୍କ ମେକଅପ ବ୍ରାଣ୍ଡର ନାମ ହେଉଛି ବିୟୁଟି। ସେ ମୋଟ୍ ବାର୍ଷିକ ହିସାବରେ ୨୨୪ କୋଟି ଟଙ୍କା ରୋଜଗାର କରନ୍ତି। କ୍ୟାଟ୍ରିନାଙ୍କ ଅଧିକାଂଶ ଫିଲ୍ମ ଆୟରୁ, ବିଜ୍ଞାପନ ବ୍ରାଣ୍ଡ, ପତ୍ରିକା, ନିଜସ୍ବ ମେକଅପ ବ୍ରାଣ୍ଡରୁ ଆସିଥାଏ। ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧୧ କୋଟି ଟଙ୍କା ନିଅନ୍ତି।

ଏଥି ସହିତ, କ୍ୟାଟ୍ରିନା ଗୋଟିଏ ବିଜ୍ଞାପନ ପାଇଁ ପ୍ରାୟ ୬ ରୁ ୭ କୋଟିର ଚାର୍ଜ କରନ୍ତି। ସେ ଏତେ କୋଟିର ମାଲିକାଣୀ ହୋଇ ମଧ୍ୟ ମୁମ୍ବାଇରେ ଭଡା ନେଇ ରହିଛନ୍ତି । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ବିବାହ ପରେ ସେ ତାଙ୍କର ଏକ ଘର କିଣିବେ । କ୍ୟାଟ୍ରିନାଙ୍କର ମଧ୍ୟ ନିଜର ବିୟୁଟି ପ୍ରଡକ୍ଟ ମଧ୍ୟ ବଜାରରେ ଲଞ୍ଚ କରିଛନ୍ତି। ଜୋୟା ଅଖତର କ୍ୟାଟ୍ରିନାଙ୍କ ‘କେ ବିୟୁଟି’ ପାଇଁ ବିଜ୍ଞାପନ ଶୁଟ କରିଥିଲେ। ଫୋର୍ବସ ୨୦୧୯ ଅନୁଯାୟୀ, କ୍ୟାଟ୍ରିନା ହେଉଛନ୍ତି ଭାରତର ୨୩ ତମ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସେଲିବ୍ରିଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.