କାଟ୍ରିନାଙ୍କ ମନ ଜିତିଲେ ବିକ୍କି କୌଶଲ୍ : ଏକାଠି ହେଲେ ରିଲରେ ନୁହେଁ ରିୟଲ ଲାଇଫରେ
31/03/2020 at 7:46 PM

ମୁମ୍ବାଇ ୩୧/୩: ବଲିଉଡରେ ସେଲିବ୍ରିଟିଙ୍କ ଆଫେୟାରର ଚର୍ଚ୍ଚା ଅତ୍ୟନ୍ତ ସାଧାରଣ କଥା। କିନ୍ତୁ ବଲିଉଡରେ ଏକ ଏପରି ଯୋଡ଼ି ଅଛନ୍ତି ଯିଏ ଏକାଠି ଗୋଟିଏ ଫିଲ୍ମ ବି କରି ନାହାନ୍ତି କିମ୍ବା ତାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିନାହିଁ ତଥାପି ଉଭୟଙ୍କର ପ୍ରେମର ଚର୍ଚ୍ଚା ଜୋରସୋରରେ ଚାଲିଛି। ଆମେ କହୁଛୁ ବିକ୍କି କୌଶଲ ଏବଂ କାଟ୍ରିନା କୈଫଙ୍କ ବିଷୟରେ।

ଏହି ବିଷୟରେ ନିଜେ କେବେ କାଟ୍ରିନା କି ବିକ୍କି ଖୋଲାଖୋଲି ଭାବେ କିଛି କହିନାହାନ୍ତି। କରୋନା ଲକଡାଉନ୍ ଘୋଷଣା ପରେ କାଟ୍ରିନା ଝାଡ଼ୁ କରିବା ଏବଂ ବାସନ ମାଜିବା ଭିଡିଓ ସେୟାର କରିବା ବେଳେ ବିକ୍କି ତାଙ୍କ ମାଆଙ୍କ ସହ ଫଟୋ ସେୟାର କରିଛନ୍ତି।

ଆଶ୍ଚର୍ଯ୍ୟର କଥା ଏହିକି ଯେ ୩ଦିନ ଯାଏଁ କାଟ୍ରିନା ଏବଂ ବିକ୍କି ସୋସିଆଲ ମିଡିଆରେ ଗାୟବ ଥିଲେ। ଦୁହେଁ କୌଣସି ପୋଷ୍ଟ ସେୟାର କରି ନଥିଲେ।

କେବଳ ଏତିକି ନୁହେଁ କାଟ୍ରିନା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ଦାନ ଦେବାର ଘୋଷଣା କରିଥିଲେ ସେହି ସମୟରେ ବିକ୍କି ସୋସିଆଲ ମିଡିଆରେ ସହଯୋଗ କରିବା କଥା କହିଥିଲେ।
