ଜିମ୍ ଓ ଫିଟନେସ କ୍ଲବ ବନ୍ଦ : ଫିଟ୍ ରହିବା ପାଇଁ ନୂଆ ତରିକା ବାହାର କଲେ କ୍ୟାଟ୍ରିନା

Published By : Prameya-News7 Bureau | March 17, 2020 IST

ମୁମ୍ବାଇ ୧୭/୦୩ : କରୋନା ଭାଇରସ ଯୋଗୁଁ ସାଧାରଣ ଜୀବନ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି | ଜନଗହଳିପୂର୍ଣ୍ଣ ଜାଗାକୁ ଯିବାକୁ ବାରଣ କରାଯାଇଛି | ସୁରକ୍ଷିତ ରହିବା ପାଇଁ ସରକାର ଆଡ଼ଭାଇଜାରୀ ଜର କରିଛନ୍ତି | ଜିମ, ନାଇଟ କ୍ଲବ ଆଦି ବନ୍ଦ କରିଦିଆଯାଇଛି | ନିଜ ଫିଟନେସ ପ୍ରତି ବିଶେଷ ଧ୍ୟ ଦେଉଥିବା ସେଲିବ୍ରିଟିଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି | ଏଭଳି ପରିସ୍ଥିତିରେ କିଛି ସେଲିବ୍ରିଟି ଫିଟ ରହିବା ପାଇଁ କିଛି ନୂଆ ତରିକା ଖୋଜି ବାହାର କରିଛନ୍ତି | ସେମାନଙ୍କ ମଧ୍ୟରୁ ହେଉଛନ୍ତି କ୍ୟାଟ୍ରିନା କୈଫ | କ୍ୟାଟ୍ରିନା ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ କିଛି ଭିଡିଓ ସେୟାର କରିଛନ୍ତି | ସେ ନିଜ ଘର ଛାତ ଉପରେ ୱାର୍କଆଉଟ କରୁଥିବା ଦେଖିବାକୁ ମିଳିଛି |

wp:html
/wp:html

ନିଜ ଭିଡିଓ ସେୟାର କରି କ୍ୟାଟ୍ରିନା କହିଛନ୍ତି ଯେ, ଲୋକେ କିଭଳି ନିଜ ଘରେ ରହି ମଧ୍ୟ ୨୦ ମିନିଟ ୱାର୍କଆଉଟ କରି ସୁସ୍ଥ ରହିପାରିବେ | ନିଜ ଟ୍ରେନର ସହ ବ୍ୟାୟାମ କରୁଥିବାର କିଛି ଭିଡିଓ କ୍ୟାଟ୍ରିନା ସେୟାର କରିଛନ୍ତି | କ୍ୟାଟ୍ରିନାଙ୍କ ପ୍ରଶଂସକ ଏହିସବୁ ଭିଡିଓକୁ ଏଯାଏଁ ୧୨ ଲକ୍ଷରୁ ଅଧିକ ଥର ଦେଖି ସାରିଲେଣି |

ପ୍ରଶଂସକ କମେଣ୍ଟ ବକ୍ସରେ କମେଣ୍ଟ ମଧ୍ୟ କରିଛନ୍ତି | ସୁରକ୍ଷିତ ରହିବା ପାଇଁ କ୍ୟାଟ୍ରିନାଙ୍କୁ ପରାମର୍ଶ ଦେଇଛନ୍ତି ତାଙ୍କ ପ୍ରଶଂସକ |

କରୋନା ଯୋଗୁଁ ବର୍ତ୍ତମାନ ସମସ୍ତ ଫିଲ୍ମ ରିଲିଜ ଡେଟ ସ୍ଥଗିତ ରଖାଯାଇଛି | ସେଲିବ୍ରିଟି ମାସ୍କ ଓ ଗ୍ଳୋବ୍ସ ପିନ୍ଧି ବାହାରେ ବୁଲାବୁଲି କରୁଛନ୍ତି | କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ର ରିଲିଜ ଡେଟ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.