ରଣବୀର କପୁରଙ୍କ ପରେ ଏବେ ଏହି ସୁପରଷ୍ଟାରଙ୍କ ପ୍ରେମରେ ପଡ଼ିଲେ କ୍ୟାଟ୍ରିନା

Published By : Prameya-News7 Bureau | September 21, 2019 IST

ମୁମ୍ବାଇ ୨୧/୯: କରଣ ଜୋହରଙ୍କ ଚ୍ୟାଟ ଶୋ ‘କଫି ଓ୍ବିଥ କରଣ’ରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍ ନିଜ ମନ କଥା କହିଥିଲେ ଯେ ସେ କାର୍ତ୍ତିକ ଆର୍ୟନଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି। ଠିକ୍ ଏହା ପରେ ଉଭୟଙ୍କର ସାକ୍ଷାତ ଆରମ୍ଭ ହୋଇଥିଲା। ପାର୍ଟି ଏବଂ ଆଓ୍ବାର୍ଡ଼ ଶୋ ରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖାଯାଇଥିଲା। ଏବେ ଦୁହେଁ ପରସ୍ପରକୁ ଡେଟିଂ କରୁଛନ୍ତି।

{"id":160714}

ସେହିପରି ‘କଫି ଓ୍ବିଥ କରଣ’ରେ କ୍ୟାଟରିନା କୈଫ ମଧ୍ୟ ନିଜ ମନ କଥା କରଣ ଜୋହରଙ୍କୁ କହିଥିଲେ। ରଣବୀର କପୁରଙ୍କ ସହ ବ୍ରେକଅପ ପରେ କ୍ୟାଟରିନା କୈଫ ସିଙ୍ଗଲ୍ ଥିଲେ। କୁହାଯାଉଥିଲା ଯେ ରଣବୀର କପୁରଙ୍କଠୁ ଅଲଗା ହେବା ପରେ କ୍ୟାଟରିନା ସଲମାନଙ୍କ ପାଖକୁ ଫେରି ଆସିଛନ୍ତି। କୀନ୍ତୁ ଏହା ଏକ ଗୁଜବ ଥିଲା। କରଣ ,କ୍ୟାଟରିନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି? ସେତେବେଳେ କ୍ୟାଟରିନା କହିଥିଲେ ଯେ ସେ ବିକି କୌଶଲଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ବାସ୍ ତାଙ୍କ ଚାହାଣି ଏବଂ ଭଙ୍ଗୀରେ ହିଁ କ୍ୟାଟ୍ରିନା ସବୁ କଥା କହି ଦେଇଥିଲେ।

{"id":160715,"width":577,"height":539}

 ଏହି ଶୋ ପରେ ପରେ ଉଭୟଙ୍କ ଡେଟିଙ୍ଗର ଖବର ଆସିଥିଲା। କିଛି ଦିନ ତଳେ ଏକ ଆଓ୍ବାର୍ଡ଼ ଶୋରେ ଉଭୟଙ୍କ ମଧ୍ୟରେ ଚିଟଚ୍ୟାଟ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା। ଲୁଚି ଲୁଚି ଦେଖା କରୁଥିବା ଫଟୋ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା। ବିକି ,କ୍ୟାଟ୍ରିନାଙ୍କୁ ଡେଟ୍ କରୁଛନ୍ତି ବୋଲି ଜୋରସୋରରେ ଚର୍ଚ୍ଚା ହେଲାଣି।

{"id":160716}

ଆହୁରି ମଧ୍ୟ ଶୁଣିବାକୁ ମିଳୁଥିଲା ଯେ କ୍ୟାଟ୍ରିନା ନିଜ ସୁଟିଂରେ ବ୍ୟସ୍ତ ଥିବାବେଳେ ବିକି ତାଙ୍କୁ ନେବା ଆଣିବା କରୁଥିଲେ। ନିକଟରେ ପୁଣି ଥରେ ତାଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋନମ୍ କପୁରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ସ୍ପେଶାଲ ସ୍କ୍ରିନିଙ୍ଗରେ ଉଭୟଙ୍କଉ ଏକାଠି ଦେଖିବାମୁ ମିଳିଥିଲା। ଫିଲ୍ମ ସରିବା ପରେ ଉଭୟେ ଏକାଠି ବାହାରକୁ ଆସିଥିଲେ ଏବଂ ଅନ୍ୟ ଷ୍ଟାରଙ୍କ ସହ ଦେଖା କରିଥିଲେ। ଉଭୟଙ୍କ ଘନିଷ୍ଠତାକୁ ଦେଖି ଲାଗୁଛି ଯେ କଣବୀର କପୁରଙ୍କ ପରେ କ୍ୟାଟ୍ରିନାଙ୍କୁ ତାଙ୍କ ପ୍ରେମ ମିଳିଯାଇଛି।

{"id":160717}

ବିକ୍କି ପୂର୍ବରୁ କ୍ୟାଟ୍ରିନା ,ରଣବୀର କପୁରଙ୍କ ସହ ରିଲେସନଶିପରେ ଥିଲେ। ବିକି କ୍ୟାଟ୍ରିନାଙ୍କ ପୂର୍ବରୁ ହରଲୀନ ସେଠୀଙ୍କୁ ଡେଟ୍ କରୁଥିଲେ। କିନ୍ତୁ ପରେ ହରଲୀନ ସେଠୀ ଏବଂ ବିକ୍କିଙ୍କ ବ୍ରେକ ଅପ୍ ହୋଇଯାଇଥିଲା।

{"id":160720}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.