ବିକି-କ୍ୟାଟ୍ରିନାଙ୍କ ବିବାହରେ ଅତିଥି କରିବେ ଏଗ୍ରିମେଣ୍ଟ ସାଇନ୍ !

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଳୀ ୦୨।୧୨ : ଖୁବ୍‌ଶୀଘ୍ର କନିଆଁ ସାଜିବାକୁ ଯାଉଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଉ ତାଙ୍କ ବର ହେବେ ‘ଉରି’ ଫେମ୍‌ ବିକି କୌଶଲ। ରିପୋର୍ଟ ଆନୁଯାୟୀ ଶୁଣିବାକୁ ମିଳୁଛି କି ଆସନ୍ତା ୯ ତାରିଖରେ ଦୁହିଁଙ୍କର ହେବ ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଏକ ପ୍ରକାରର ଏସ୍‌ଓପି ଜାରି କରିଛନ୍ତି ।

ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛିର ଯୋଜନା ସରିଲାଣି। କେବଳ ବିବାହକୁ ନେଇ ଅପେକ୍ଷା ରହିଛି। ଜାରି ହୋଇଥିବା ନିୟମ ଅନୁଯାୟୀ ବିବାହରେ ଯୋଗ ଦେବାକୁ ଆସିଥିବା ସମସ୍ତ ଅତିଥିଙ୍କୁ ଏକ ଫର୍ମରେ ସାଇନ୍‌ କରିବାକୁ ପଡିବ। କେବଳ ସେତିକି ନୁହେଁ କରାଯାଇଥିବା ନିୟମ ଅନୁଯାୟୀ ବିବାହକୁ ଅତିଥିମାନେ ଫୋନ୍‌ ଆଣିପାରିବେ ନାହିଁ। ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ।  ବିବାହର ଲୋକେସନ୍‌ କିମ୍ବା ତଥ୍ୟ ମଧ୍ୟ ସେୟାର କରିପାରିବେ ନାହିଁ। ୱେଡିଂ ଭେନ୍ୟୁ ଏବଂ ବାହ୍ୟ ଜଗତ ସହ ଅତିଥିଙ୍କ କୌଣସି ସମ୍ପର୍କ ରହିବ ନାହିଁ। ୱେଡିଂ ପ୍ଲାନର୍‌ଙ୍କ ମଞ୍ଜୁରୀ ପରେ ହିଁ ସମସ୍ତ ଫଟୋ ପବ୍ଲିସ ହେବ। ବିବାହ ଭେନ୍ୟୁରେ କୌଣସି ରିଲ୍‌ କିମ୍ବା ଭିଡିଓ କରାଯାଇପାରିବ ନାହିଁ।

ବିକି-କ୍ୟାଟ୍ରିନାଙ୍କ ବିବାହ ପାଇଁ କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ ଚିନ୍ତାର କାରଣ ପାଲଟିଛି। କ୍ୟାଟ୍ରିନା ଏବଂ ବିକିଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଏହି ଦମ୍ପତିଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟାକୁ ନେଇ ୱେଡିଂ ପ୍ଲାନରଙ୍କ ଚିନ୍ତା ବାଢ଼ାଇ ଦେଇଛି। ସେମାନେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଏବଂ କରୋନା ସଚେତନତା ଅବଲମ୍ବନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.