Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କ୍ଵାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଗଞ୍ଜେଇ ପାର୍ଟି

20/05/2020 at 11:08 AM

କାଟିହାର ୨୦/୦୫ : କରୋନା ମହାମାରୀ ଯୋଗୁଁ ବିହାରର ପ୍ରବାସୀ ଶ୍ରମିକଙ୍କ ପାଇଁ ତିଆରି ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରର ଫଟୋ ଓ ଭିଡିଓ ଲଗାତାର ଲୋକଙ୍କୁ ବିଚଳିତ କରୁଛି | କ୍ଵାରେଣ୍ଟାଇନ ନାଁରେ ଶ୍ରମିକମାନେ କ୍ଵାରେଣ୍ଟାଇନ ସେଣ୍ଟରରେ ମୌଜ ମଜଲିସ କରୁଛନ୍ତି | ବିହାର କାଟିହାରରୁ ଏହିଭଳି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି | ଏଠାରେ କ୍ଵାରେଣ୍ଟାଇନ ସେଣ୍ଟର ନିଶା ଦ୍ରବ୍ୟ ସେବନକାରୀଙ୍କ ଅଡ୍ଡା ସ୍ଥଳୀ ହୋଇଛି | ଏଠାରେ ଶ୍ରମିକମାନେ ଗଞ୍ଜେଇ ଟାଣୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ କାଟିହାର କ୍ଵାରେଣ୍ଟାଇନ ସେଣ୍ଟରର କ୍ଵାରେଣ୍ଟାଇନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି |

କାଟିହାର ଅହମଦାବାଦ ଅନ୍ତର୍ଗତ ବେରିୟା ଉଚ୍ଚ ବିଦ୍ୟାଳୟରେ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି | ଏହି କ୍ଵାରେଣ୍ଟାଇନ ସେଣ୍ଟରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | କ୍ଵାରେଣ୍ଟାଇନରେ ଥିବା ଲୋକେ ଗୀତ ନାଚରେ ମସଗୁଲ ହୋଇ ଗଞ୍ଜେଇ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି | ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି | ଉକ୍ତ ଯୁବକକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି |

   Related Posts