Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଏହି ଆମେରିକୀୟ ମହିଳା ସାଂସଦଙ୍କ ନଗ୍ନ ଫଟୋ ଲିକ୍- ପ୍ରଘଟ ହେବାପରେ ଇସ୍ତଫା ଦେଲେ

29/10/2019 at 2:56 PM

ୱାସିଙ୍ଗଟନ୨୯|୧୦: ଆମେରିକା ସାଂସଦ କେଟି ହିଲ (Katie Hill)ଙ୍କର ନିଜ କର୍ମୀଙ୍କ ସହ ଅଶ୍ଳୀଳ ଫଟୋ ଲିକ୍‌ ହୋଇଯାଇଛି । ଏହା ପରେ ସେ ଇସ୍ତଫା ଦେଇଛନ୍ତି। ମହିଳା ସାଂସଦଙ୍କର ଜଣେ କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକାର ହାଉସ ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରୁଛି।

୨୦୧୮ ମସିହାରେ ୩୨ ବର୍ଷ ବୟସ୍କ କେଟି ହିଲ ଦକ୍ଷିଣ କ୍ୟାଲିଫର୍ଣ୍ଣିୟାରୁ ଜିତିଥିଲେ। ସେ ନିଜ ଇସ୍ତଫା ଟୁଇଟରରେ ପୋଷ୍ଟ କରିଛନ୍ତି। ଏହା ସହକେଟି ଟୁଇଟ କରିଛନ୍ତି ଯେ, ତାଙ୍କୁ ଏକ ଷଡଯନ୍ତ୍ରର ଶିକାର କରାଯାଇଛି। ଏହା ପଛରେ ତାଙ୍କ ସ୍ବାମୀଙ୍କ ହାତ ଅଛି ବୋଲି ସେ ଅଭିଯୋଗ କରିଛନ୍ତି। କେଟିଙ୍କର ନିଜ ସ୍ବାମୀ ସହ ଛାଡପତ୍ର ପ୍ରକ୍ରିୟା ଚାଲିଛି।

ରିପୋର୍ଟ ଅନୁସାରେ ହିଲ ଏକ ଅଭିଯାନରେ ସାମିଲ ଥିବା ଜଣେ ମହିଳା କର୍ମଚାରୀଙ୍କ ସହ ,ସମ୍ପର୍କ ଥିବା ସ୍ବୀକାର କରିଛନ୍ତି। ହେଲେ କାର୍ଯ୍ୟାଳୟରେ ସେ କୌଣସି ଲଜ୍ଜାଜନକ କାମ କରି (ଶାରିରୀକ ସମ୍ପର୍କ ରଖି ନଥିବା କଥା ପ୍ରକାଶ କରିଛନ୍ତି) କାର୍ଯ୍ୟ କରୁଥିବା ସ୍ଥାନର ଅପମାନ କରିନାହାନ୍ତି ବୋଲି ସୂଚନା ଦେଇଛନ୍ତି ।

କେଟିଙ୍କ ଅନୁସାରେ ତାଙ୍କ ବ୍ୟକ୍ତିଗତ ଜୀବନର ଫଟୋ ଲିକ୍‌ କରିବା କିଛି ସାଧାରଣ କଥା ନୁହେଁ। ଏହି ମାମଲାରେ କେଟି ଆଇନର ସାହାଯ୍ୟ ନେବେ ବୋଲି କହିଛନ୍ତି। କେଟି ଇସ୍ତଫା ଦେଇ ଦୁଃଖର ସହ ପାର୍ଟି ଛାଡିବାର ଘୋଷଣା କରିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ କଠିନ ସମୟ ବୋଲି ସେ ପ୍ରକାଶ କରିଛନ୍ତି ।

   Related Posts