Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ପୁଣି କାଠଯୋଡି , ଦେବବ୍ରତ ଓ ଆତ୍ମହତ୍ୟା

22/10/2019 at 8:40 PM


କଟକ – ପତ୍ନୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ଦେବବ୍ରତ ମହାପାତ୍ର ନାମକ ବ୍ୟକ୍ତି କାଠଯୋଡିକୁ ଡେଇଁ ଆତ୍ମହତ୍ୟା କରିବାର ଘଟଣା ମନରୁ ନ ଲିଭୁଣୁ ଆଉଜଣେ ଦେବବ୍ରତ ନାମକ ବ୍ୟକ୍ତି କାଠଯୋଡିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

କାଠଯୋଡିକୁ ଡେଇଁଥିବା ଯୁବକଙ୍କର ପରିଚୟ ମିଳିଛି । ତାଙ୍କ ନାମ ଦେବବ୍ରତ ମାଝି ଓ ଘର ଭୁବନେଶ୍ୱର ଗାଡକଣରେ । ଘରୋଇ କଳିରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସୂଚନା ମିଳିଛି । ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଲାସୀ କାର୍ଯ୍ୟ ଜାରି ରଖିଛି ।

ସୂଚନା ଯୋଗ୍ୟ ପୂର୍ବରୁ କାଠଯୋଡ଼ି ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଦେଵବ୍ରତ ମହାପାତ୍ରଙ୍କ ମୃତଦେହ କଟକ ଗୋବିନ୍ଦପୁର ଥାନା ରାହମ୍ବା ଦେବୀ ନଦୀ କୂଳରୁ ଦେଵବ୍ରତ ଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା । କଟକ ଗ୍ରାମାଞ୍ଚଳ ଏସପି ଏହି ସୂଚନା ଦେଇଥିଲେ ।ଦେବାବ୍ରତ ମହାପାତ୍ର କାଠଯୋଡିକୁ ଡେଇଁବାର ୮ ଦିନ ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା ।


ଅକ୍ଟୋବର ୯ ତାରିଖରେ କଟକ କାଠଯୋଡି ପୋଲ ଉପରେ ସ୍ତ୍ରୀ ଓ ଛୋଟପୁଅ ସହ ବାଇକରେ ଆସୁଥିବା ବେଳେ ଦେବବ୍ରତ ମହାପାତ୍ର ନାମକ ଯୁବକ ହଠାତ୍‌ ପୋଲ ବାଡ ନିକଟରେ ମଟର ସାଇକେଲ୍‌କୁ ରଖି କେହି କିଛି ବୁଝିବା ପୂର୍ବରୁ ପାଣି ଭିତରକୁ ଡେଇଁ ପଡିଥିଲେ । ବର୍ଷା ପରେ ଏକାଠଯୋଡି ଗଭୀର ପାଣି ଥିବାରୁ କାଠଯୋଡିର ପାଣି ଭିତରେ ନିଖୋଜ ହୋଇଯାଇଥିଲେ ଦେବବ୍ରତ ।

ଏହା ଦେଖି ଶିକ୍ଷୟତ୍ରୀ ଥିବା ଦେବବ୍ରତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବି ପାଣିକୁ ଡେଇଁବାକୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଲୋକମାନେ ଶୁଭଲକ୍ଷ୍ମୀଙ୍କୁ ରୋକିଥିଲେ । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବାହିନୀ ସହାୟତାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା । ଦୀର୍ଘ ୮ ଦିନ ପରେ ବି କାଠଯୋଡିରୁ ଦେବବ୍ରତଙ୍କ ବିଷୟରେ କୌଣସି ସନ୍ଧାନ ମିଳି ନଥିଲା ।  ଏବେ ତାଙ୍କର ମୃତ୍ ଦେହ ଉଦ୍ଧାର ହୋଇଛି ।

ପୁଣି ଜଣେ ଦେବବ୍ରତ କାଠଯୋଡିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

   Related Posts