Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

କାଠଯୋଡି ନଦୀର ପାଣି ଲେବଲ-ସି ପର୍ଯ୍ୟନ୍ତ ବିଷାକ୍ତ ହୋଇସାରିଲାଣି , ଚାଷକାର୍ଯ୍ୟ ପାଇଁ ବି ପାଣି ଅନୁପଯୁକ୍ତ

15/07/2019 at 4:20 PM

କଟକ୧୫|୭: କାଠଯୋଡି ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ସାନି ନୋଟିସ୍ ଜାରି କରିଛନ୍ତି । କଟକ ମହାନଗର ନିଗମ ଡ୍ରେନ୍ ପାଣି ସଫା ନକରି ସିଧାସଳଖ ନଦୀରେ ଛାଡୁଥିବା କାରଣରୁ ଏହି ନୋଟିସ ଜାରି କରାଯାଇଛି। ସେପଟେ ପ୍ରଦୂଷିତ ଡ୍ରେନ୍ ପାଣି କାରଣରୁ ନଈ ପାଣି ବି ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ । ଅସ୍ବାସ୍ଥ୍ୟକର ପରିବେଶ କାରଣରୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହାର ପରିଣାମ  ଭୋଗୁଛନ୍ତି ।  

ରାଜ୍ୟ ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ୍ । କଟକ ମହାନଗର ନିଗମର ଖାମଖିଆଲି ନୀତି ପାଇଁ  ନୋଟିସ୍ । ସହରର ନର୍ଦ୍ଦମା ପାଣି ସିଧାସଳଖ ନଦୀରେ ଛଡାଯାଉଛି। ଫଳରେ କାଠଯୋଡି ନଦୀର ପାଣି ଲେବଲ-ସି ପର୍ଯ୍ୟନ୍ତ ବିଷାକ୍ତ ହୋଇସାରିଲାଣି । ଗାଧୋଇବା ଓ ପିଇବା କଥା ଛାଡ଼ନ୍ତୁ ।  ଚାଷକାର୍ଯ୍ୟ ପାଇଁ ବି ଏ ପାଣି ଅନୁପଯୁକ୍ତ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । କଟକ ସହରରେ ଛୋଟବଡ ପ୍ରାୟ ୧ ହଜାର ୭୨୪ କିଲୋମିଟର ପରିବ୍ୟାପ୍ତ ନର୍ଦ୍ଦମା ରହିଛି । ଏଗୁଡିକର ପାଣି ମୁଖ୍ୟ ନର୍ଦ୍ଦମାରେ ମିଶୁଛି। ସହରର ପଟାପୋଲ ଠାରୁ ମତ୍ତଗଜପୁର ପର୍ଯ୍ୟନ୍ତ ମୁଖ୍ୟନର୍ଦ୍ଦମାର ପାଣି ସିଧାସଳଖ ଖାନନଗର ଠାରେ କାଠଜୋଡି ନଦୀରେ ଛଡାଯାଉଛି ।

ଖାନନଗର ଠାରେ ସୁଇସ ଗେଟ୍ ଦେଇ ନର୍ଦ୍ଦମା ଜଳ ଛଡାଯାଉଛି। ନଦୀରେ ଜଳସ୍ତର କମ ରହିଲେ ଆବର୍ଜନା ସବୁ ଜମି ରହୁଛି । ଦୀର୍ଘଦିନ ହେଲା ମତ୍ତଗଜପୁର ଠାରେ ଜାଇକା ସହାୟତାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟର କାମ ଚାଲୁଛି। ମାତ୍ର ଏହା କେବେ ଶେଷ ହେବ ଭଗବାନ ହିଁ ଜାଣନ୍ତି ।

କଟକ ସହରରେ ବାୟୁ ପ୍ରଦୂଷଣକୁ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ଏନଜିଟି ଛାଟ ବାଜିସାରିଛି । ଏବେ ନଦୀ ପ୍ରଦୂଷକୁ ନେଇ ଉଭୟ ସରକାର ଏବଂ କଟକ ମହାନଗର ନିଗମ ଅଡୁଆ ପରିସ୍ଥିତର ସାମ୍ନା କରୁଛନ୍ତି।

   Related Posts