କାଠ ଚୋରାଚାଲାଣ ବେଳେ ଓଲଟିଲା ପିକଅପ୍ ଭ୍ୟାନ୍, ଡ୍ରାଇଭର ମୃତ

Published By : Prameya-News7 Bureau | May 16, 2021 IST

ଆଠଗଡ,୧୬/୦୫: ଚୋରାଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକ୍ ଅପ୍ ଭ୍ୟାନ । ଡ୍ରାଇଭର ମୃତ ଓ ଜଣେ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ନିକଟରେ ।

ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ମୃତକ ଗାଡି ଡ୍ରାଇଭର ରାଜେଶ ସାହାଣୀ ବୋଲି ଜଣାପଡିଛି । ତାଙ୍କ ଘର ବଡ଼ମ୍ବା ଥାନା ରତାପାଟ ଅଞ୍ଚଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ସହିତ ବନବିଭାଗ କର୍ମଚାରୀମାନେ ପହଞ୍ଚି ୨୨ ଟି ଶାଳ କାଠର ଲଗ୍ ସହିତ ଗାଡିଟିକୁ ଜବତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.