ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !

Published By : Prameya-News7 Bureau | March 04, 2021 IST

ସୁନ୍ଦରଗଡ଼ ୦୪।୦୩: ନଦୀ ପଠାରୁ ମିଳିଲା ଶରୀରର ବିଭିନ୍ନ କଟା ଅଂଶ ।  ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଇବ୍‌ ନଦୀ ପଠାରୁ ଶରୀରର କଟା ଅଂଶ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଇବ୍‌ ନଦୀ ପଠାରେ ଏଣେତେଣେ ଶରୀରର ବିଭିନ୍ନ କଟା ଅଂଶ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାର ଖବର ପୋଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି  । ସେପଟେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ତେବେ ଶରୀରର କଟା ଅଂଶ ଏଠାକୁ ଆସିଲା କିପରି ? କେହି ହତ୍ୟା କରି ଏଠାରେ ଫିଙ୍ଗିଥିବାର ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଖଣ୍ଡବିଖଣ୍ଡ ଅଂଶକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.