ଜାମ୍ମୁ-କାଶ୍ମୀରକୁ ଭାରତର ରାଜ୍ୟ ବୋଲି କହିଲେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ

Published By : Prameya-News7 Bureau | September 10, 2019 IST

ଜେନିଭା - ଜେନିଭାରେ ଚାଲିଥିବା ଯୁଏନ୍‌ଏଚ୍‌ଆରସିର ବୈଠକରେ ଭାରତ ବିରୋଧରେ ମିଛର ପେଟି ଖୋଲିବା ପରେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମେହେମ୍ମୁଦ କ୍ୟୁରେସି ଜାମ୍ମୁ-କାଶ୍ମୀରକୁ ଭାରତର ରାଜ୍ୟ ବୋଲି କହିଛନ୍ତି। ପୂର୍ବରୁ ଏହା ଭାରତ ଅଧିକୃତ ରାଜ୍ୟ ବୋଲି ସେ କହିଥିଲେ । ମଙ୍ଗଳବାରରେ ଏହା ଇଣ୍ଡିଆନ ଷ୍ଟେଟ୍‌ ବା ଭାରତର ରାଜ୍ୟ ବୋଲି କହିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1171369168899387392","type":"rich","providerNameSlug":"twitter","className":""}
https://twitter.com/ANI/status/1171369168899387392
/wp:core-embed/twitter

ଅଧିବେଶନରେ ଭାରତ ବିପକ୍ଷରେ କହିବା ପରେ ସେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଭାରତ କାଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି ବୋଲି ଏକ ଛବି ସୃଷ୍ଟି କରିବା ପାଇଁ ଚାହୁଁଛି ବୋଲି ସେ କହିଛନ୍ତି । ଯଦି ସବୁକିଛ ସ୍ୱାଭାବିକ ଅଛି ତେବେ ଭାରତ କାହିଁକି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଭାରତୀୟ ରାଜ୍ୟ କାଶ୍ମୀରକୁ ଯିବାକୁ ଦେଉ ନାହିଁ ବୋଲି କ୍ୟୁରେସି ପ୍ରଶ୍ନ କରିଥିଲେ ।

wp:core-embed/twitter {"url":"https://twitter.com/awasthis/status/1171378123478192129","type":"rich","providerNameSlug":"twitter","className":""}
https://twitter.com/awasthis/status/1171378123478192129
/wp:core-embed/twitter


ଆଜି ପର୍ଯ୍ୟନ୍ତ ପାକିସ୍ତାନର ନେତା ଓ ମନ୍ତ୍ରୀ ନିଜର ଅଧିକାରୀ ଭାଷଣରେ ଏହାକୁ ଭାରତୀୟ ଅଧିକୃତ କାଶ୍ମୀର ବୋଲି କହୁଥିଲେ । ମାତ୍ର ୭୦ ବର୍ଷରେ ପ୍ରଥମ ଥର ପାଇଁ କୈଣସି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ କାଶ୍ମୀରକୁ ଭାରତର ରାଜ୍ୟ ବୋଲି କହିଛନ୍ତି ।
ଏହାପରେ ତାଙ୍କୁ ସୋସିଆଲ୍‌ ମଡିଆରେ ଟ୍ରୋଲ କରାଯାଇଛି । ଅନେକ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.