ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଲାଗି ସଜେଇ ହେଉଛି କାଶୀ, ହେଉଛି ବୈଠକ ପରେ ବୈଠକ

Published By : Prameya-News7 Bureau | September 07, 2019 IST

ବନାରସ: ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୯ ବର୍ଷରେ ପାଦ ଥାପିବେ। ବିଜେପି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ ସାରା ଦେଶରେ ‘ସେବା ଦିବସ’ ଭାବେ ପାଳନ କରିବ। ତେବେ ମୋଦିଙ୍କ ନିର୍ବାଚନ ମଣ୍ଡଳି  ବନାରସରେ ଏଥିଲାଗି ଚାଲିଛି ଖାସ୍ ପ୍ରସ୍ତୁତି। ନିଜ ସାଂସଦଙ୍କ ଜୟନ୍ତୀ ପାଳନ ଲାଗି କାଶୀ ଏବେ ସଜେଇ ହେଉଛି।

{"id":154400}
OLYMPUS DIGITAL CAMERA

ଶୁଣା ଯାଉଛି ପ୍ରଧାନମନ୍ତ୍ରୀ ମୋଦି ଚଳିତବର୍ଷ ତାଙ୍କ ଜନ୍ମ ଦିନକୁ ନିଜ ସଂସଦୀୟ କ୍ଷେତ୍ରରେ ପାଳନ କରିବେ। ତେବେ ଏ ନେଇ ନା ତ ଦଳୀୟ ସୂତ୍ରରୁ କୌଣସି  ସୂଚନା ମିଳୁଛି ନା ପ୍ରଶାସନିକ ସ୍ତରରୁ । ତେବେ ସଙ୍ଗଠନ ସମେତ ପ୍ରଶାସନ ଏବେ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ସେବା ଦିବସ ପାଳନ ଲାଗି ତତ୍ପର ହୋଇ ଉଠିଛି। ଏଥି ଲାଗି ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ବୈଠକ ପରେ ବୈଠକ କେବଳ ହେଉଥିବା ଦେଖାଯାଉଛି।

{"id":154399}

ଶୁକ୍ରବାର ମନ୍ତ୍ରୀ ଡା. ନୀଳକଣ୍ଠ ତିୱାରୀ ଓ ରାଷ୍ଟ୍ରମନ୍ତ୍ରୀ ରବିନ୍ଦ୍ର ଜୟସ୍ୱାଲ ସ୍ଥାନୀୟ ସର୍କିଟ ହାଉସରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ସେବାଦିବସ ପାଳନ ବେଳେ ସରକାରୀ ଯୋଜନାର ଲାଭ ସିଧା ହିତାଧିକାରୀଙ୍କୁ ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି। ତେବେ ପ୍ରଧାନମନ୍ତ୍ରୀ ତାଙ୍କର ଜନ୍ମଦିନ କେଉଁଠି ପାଳନ କରିବେ ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

{"id":154397,"width":579,"height":424}

ପ୍ରଧାନମନ୍ତ୍ରୀ କାଶୀରେ ଜନ୍ମଦିବସ ପାଳନ କରିବେ କି ନା ସେ ନେଇ ଦଳୀୟ ସୂଚନା ମିଳିନଥିବା ବିଜେପି କାଶୀ କ୍ଷେତ୍ର ଅଧ୍ୟକ୍ଷ ଡା. ମହେଶଚନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି। ତେବେ ପ୍ରାଧାନମନ୍ତ୍ରୀଙ୍କ ଜୟନ୍ତୀକୁ କାଶୀରେ ଧୁମ ଧାମରେ ପାଳନ କରାଯିବ ବୋଲି କହିଛନ୍ତି ।  ପ୍ରଧାନମନ୍ତ୍ରୀ କିନ୍ତୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜ ଜନ୍ମ ଦିନ ତାଙ୍କ ସଂସଦୀୟ କ୍ଷେତ୍ରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହା କଟାଇପାରନ୍ତି ବୋଲି ଅନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.