ସତ ଓଗାଳିଲେ ମୁଶାରଫ- ଭାରତୀୟ ସେନା ବିରୋଧରେ ଲଢିବା ପାଇଁ କାଶ୍ମୀର ଯୁବକଙ୍କୁ ତାଲିମ ଦେଉଛି ପାକିସ୍ତାନ, ଦେଉଛି ମିଛ ଭରସା

Published By : Prameya-News7 Bureau | November 14, 2019 IST

ଦୁବାଇ ୧୪।୧୧ - ସେନାବାହିନୀ ବିରୋଧରେ ଲଢ଼ିବାକୁ କlଶ୍ମୀରୀମାନଙ୍କୁ ପାକିସ୍ତାନରେ ତାଲିମ୍ ଦିଆଯାଉଥିଲା । ସେମାନଙ୍କୁ ‘ବୀର’ ବୋଲି ଉତ୍ସାହିତ କରାଯାଉଥିଲା । ଏମିତି କିଛି ଅପ୍ରିୟ ସତ ଓଗାଳି ଦେଇଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲା ପର୍‌ଭେଜ୍ ମୁସାରଫ୍ ।

କେବଳ ସେତିକିରେ ଅଟକି ନାହଁନ୍ତି, ଆହୁରି ମଧ୍ୟ କହିଛନ୍ତି ଓସାମା ବିନ୍ ଲାଡେନ୍ ଏବଂ ହକାନୀ ଭଳି ଆତଙ୍କୀ ଥିଲେ ପାକିସ୍ତାନୀ ବୀର ।

ସେମାନଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିଲା । ପାକିସ୍ତାନ ରାଜନେତା ଫର୍ ହତ୍ ଉଲ୍ଲା ବାବର ଟୁଇଟର୍ ସେୟାର କରିଥିବା ଏକ ସାକ୍ଷାତ୍ କାର ଭିଡିଓ କ୍ଲିପ୍ ରେ ମୁଶରଫ୍ ଏହା କହୁଥିବାର ଶୁଣାଯାଉଛି । ପାକିସ୍ତାନକୁ ଆସୁଥିବା କଶ୍ମୀରୀମାନଙ୍କୁ ବୀରୋଚିତ ଅଭ୍ୟର୍ଥନା ମିଳୁଥିଲା। ଆମେ ସେମାନଙ୍କୁ ତାଲିମ ଦେବା ସହ ସାହାଯ୍ୟ କରୁଥିଲୁ । ଭାରତୀୟ ସେନାବାହିନୀ ବିରୋଧରେ ଲଢ଼ିବେ ବୋଲି ଆମେ ସେମାନଙ୍କୁ ମୁଜାହିଦ୍ଦୀନ ବୋଲି ବିଚାର କରୁଥିଲୁ ବୋଲି ମୁଶାରଫ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.