Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରବାସୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲେ କାଶ୍ମୀର ବାସିନ୍ଦା : ‘ଆମେ କେମିତି ତାଙ୍କୁ ଛାଡିବୁ,ସେମାନେ ଆମ ପରିବାର ସଦସ୍ୟ, ତାଙ୍କ ସୁରକ୍ଷା ଆମ ଦାୟିତ୍ବ’

21/10/2021 at 6:16 PM

ଶ୍ରୀନଗର ୨୧/୧୦ : ଜାମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ଟାର୍ଗେଟ ପ୍ରବାସୀ ଭାରତୀୟ । ବିଭିନ୍ନ ରାଜ୍ୟରୁ ଯାଇ କାଶ୍ମୀରରେ କାମ କରୁଥିବା ଶ୍ରମିକ ତଥା ବ୍ୟବସାୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଦିନ ଦ୍ବିପ୍ରହରେ ହତ୍ୟା କରିବାକୁ ପଛାଉନାହାନ୍ତି ଆତଙ୍କୀ । ଭୟଭୀତ ହୋଇ ନିଜ ନିଜ ରାଜ୍ୟକୁ ଫେରିଆସୁଛନ୍ତି ପ୍ରବାସୀ । ବିଗତ କିଛି ଦିନ ମଧ୍ୟ​‌ରେ ପ୍ରବାସୀ ଶ୍ରମିକଙ୍କୁ ମିଶାଇ ୧୧ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପ୍ରବାସୀ ।

ତେବେ ଏହାରି ମଧ୍ୟରେ ପ୍ରବାସୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି କିଛି ବ୍ୟକ୍ତି । ଶ୍ରୀନଗରର ଜାଇନା କାଦାଲର ଜଣେ ବ୍ୟବସାୟୀ ସାଜାଦ୍‌ ଅହମ୍ମଦ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି । ତାଙ୍କ ଦୋକାନରେ କାମ କରୁଥିବା କିଛି ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିଯିବା ପାଇଁ ବାରଣ କରିବା ସହିତ ତାଙ୍କ ରହିବା ଏବଂ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏମିତିକି ସେମାନେ କଣ ଖାଇବେ ତାହା ମଧ୍ୟ ନିଜେ ରୋଷେଇ କରି ଦେଉଛନ୍ତି ୫୦ ବର୍ଷୀୟ ସାଜାଦ୍‌ ଅହମ୍ମଦ ।

Kashmir migrant workers flee amid rise in suspected rebel attacks | News |  Al Jazeera

ସାଜାଦ୍‌ କହିଛନ୍ତି, ‘ପ୍ରବାସୀମାନେ ଆମ ପରିବାର ସଦସ୍ୟ । ସେମାନଙ୍କୁ ଆମେ କିଭଳି ଯିବାକୁ ଦେବୁ ! ତାଙ୍କୁ ଯଥାସମ୍ଭବ ପରିବାର ସଦସ୍ୟ ଭଳି ରଖିବୁ । ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ ଏବଂ ତାହାକୁ ଆମେ କରୁଛୁ । ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ଘର ତିଆରି କରିଛୁ । ଖାଇବା ପିଇବା ବ୍ୟବସ୍ଥା କରିଛୁ । ନିଜେ ରୋଷେଇ କରି ପ୍ରବାସୀଙ୍କୁ ଖାଇବାକୁ ଦେଉଛୁ । ତେଣୁ ସେମାନେ ଭୟଭୀତ ନହୋଇ ଏଠାରେ ରୁହନ୍ତୁ ।’

ଗତ ଶନିବାର ଦିନ ଜାଇନା କାଦାଲରେ ବିହାରର ଜଣେ ଗୁପଚୁନ୍‌ ବେପାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ବିହାରର ବାଙ୍କା ଅଞ୍ଚଳର ୩୦ ବର୍ଷୀୟ ଅରବିନ୍ଦ କୁମାର ସା ଜାମ୍ମୁ କାଶ୍ମୀରରେ ଗୁପଚୁପ୍‌ ବେପାର କରି ପରିବାର ପ୍ରତିପୋଶଣ କରୁଥିଲେ । କିନ୍ତୁ ଆତଙ୍କବାଦୀମାନେ ଅତି ନିଷ୍ଠୁର ଭାବେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହାପରେ ସେଠାରେ ବସବାସ କରୁଥିବା ପ୍ରବାସୀମାନେ ଭୟରେ ଜାମ୍ମୁ କାଶ୍ମୀର ଛାଡି ନିଜ ନିଜ ଘରକୁ ଫେରିଯିବାକୁ ବାହାରୁଛନ୍ତି ।

Migrant Kashmiri Pandits reject committee set up to probe relief money scam

ଗତ କିଛି ଦିନ ମଧ୍ୟରେ ୧୧ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ । ଯେଉଁଥିରେ ୨ ଜଣ ଶିକ୍ଷକ(ଜଣେ ହିନ୍ଦୁ ଏବଂ ଜଣେ କାଶ୍ମୀର ପଣ୍ଡିତ), ୩ ଜଣ ମୁସଲମାନ ଏବଂ ୬ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ବେଳେ ପ୍ରବାସୀମାନେ କାଶ୍ମୀର ଛାଡି ନଗଲେ ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ଧମକ ଦେଇସାରିଛି । ସେଥିପାଇଁ ଭୟରେ ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିଆସୁଛନ୍ତି ।

ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଆସୁଥିବା ବେଳେ ସାଜାଦ ଅହମ୍ମଦଙ୍କ ଭଳି କିଛି ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଛନ୍ତି । ନିଜ ଘରର ସଦସ୍ୟ ଭଳି ସେମାନଙ୍କୁ ପାଖରେ ରଖିବା ସହିତ ରହିବା ଖାଇବା ସହ ଭୟଭୀତ ନହେବା ପାଇଁ ପରାମର୍ଶ ଦେଉଛନ୍ତି ।  

   Related Posts