Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ପିଓକେ ବଙ୍କରରେ ମହିଳାଙ୍କୁ ଯୌନ ଶୋଷଣ, କାଶ୍ମୀର ମହିଳା କଲେ ଖୁଲାସା

28/03/2019 at 9:06 AM

ଇସଲାମାବାଦ ୨୮|୩ : ପାକିସ୍ତାନର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଥିବାବେଳେ ଏବେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେବ । ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଥିବା ଶିବିର ତଥା ଅସ୍ଥାୟୀ ବଙ୍କରଗୁଡିକରେ ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଛି । ଏ ନେଇ ପାକିସ୍ତାନର ଏକ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଏଭଳି ଘଟଣା ୨୦୦୫ରେ ହୋଇଥିବା ଭୂମିକମ୍ପ ପରଠାରୁ ଏପର୍ଯ୍ୟନ୍ତ ଜାରି ରହିଛି । ଏହି ସମୟରେ କେତେକ ମହିଳାଙ୍କର ଅପହରଣ ହେବା ସହ ସେମାନଙ୍କୁ ଯୌନ ଶୋଷଣ ମଧ୍ୟ କରାଯାଇଥିଲା । ଏବେ ମହିଳାମାନେ ଏହି ସ୍ଥାନକୁ ଯିବା ବଦଳରେ କୌଣସି ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଛନ୍ତି । ପାକ୍ ସରକାରଙ୍କ ଦ୍ବାରା କରାଯାଇଥିବା ଅସ୍ଥାୟୀ ଶିବିରକୁ ଯିବା ବଦଳରେ ଲୋକମାନେ ଇସଲାମବାଦ ଯିବାକୁ ପସନ୍ଦ କରୁଛନ୍ତି । କିଛି ପରିବାର ଏଭଳି କରିବାରେ ସଫଳ ମଧ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ସୀମାରେ ସବୁ ସମୟରେ ଗୁଳି ବିନିମୟ ଜାରି ରହିଛି । ଫଳରେ ସ୍ଥାନୀୟଲୋକଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଏଜେନ୍ସିମାନେ ୧୯୯୦ ମସିହାରେ ଅସ୍ଥାୟୀ ବଙ୍କରଗୁଡିକୁ ନିର୍ମାଣ କରିଥିଲେ । ଏହି ବଙ୍କର ଗୁଡିକ ୩/୭ ଫୁଟ ବିଶିଷ୍ଟ । ଯେଉଁଠାରେ ଗୁଳିବିନିମୟ ସମୟରେ ୨୦ରୁ ୩୦ ଲୋକଙ୍କୁ ଏକାସହ ରଖାଯାଇଥାଏ । ମୋର୍ଟାର ମାଡ ଦ୍ବାରା ସେମାନଙ୍କର ଯେପରି କୌଣସି କ୍ଷୟକ୍ଷତି ନହୁଏ ସେମାନଙ୍କୁ ଏଠାରେ ସୁରକ୍ଷିତ ଭାବେ ରଖାଯାଏ । ମାତ୍ର ସେଠାରେ ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଜଣାପଡିଛି । ସୀମାରେ ରହିଥିବା ମହିଳାମାନଙ୍କୁ ଗୁଳିବିନିମୟର ସମ୍ମୁଖୀନ ହେବାକୁ ପଡୁଛି ।

ଏହି ଘଟଣାରେ କୌଣସି ଅଭିଯୋଗ ହୋଇନାହିଁ । ପିଓକେରେ ନିଲମ ଘାଟିର ଜଣେ ଅଜ୍ଞାତ ମହିଳା ଦାବି କରିଛନ୍ତି ଯେ, ୧୯୯୦ ମସିହାରେ ସେ ସେତେବେଳେ ମହିଳାମାନଙ୍କ ଯୌନ ଶୋଷଣ ବିରୋଧରେ ସ୍ବର ଉଠାଇଥିଲେ । ରିପୋର୍ଟ ଅନୁସାରେ ମହିଳାମାନଙ୍କ ସହ ଏଭଳି ଖରାପ ଶବ୍ଦରେ କଥାବାର୍ତ୍ତା କରାଯାଉଥିଲା ଯାହା ଦୁଷ୍କର୍ମଠାରୁ କମ୍ ନଥିଲା ।  ମହିଳାମାନେ ଏଭଳି କଥାବାର୍ତ୍ତାକୁ ଅଣଦେଖା କରିଦେଉଥିଲେ । ମାତ୍ର ସ୍ଥାନୀୟ ଲୋକ ଅଥବା ସୈନିକଙ୍କ ଦ୍ବାରା ଯୁବତୀମାନଙ୍କ ସହ କରାଯାଉଥିବା ଯୌନ ଶୋଷଣ ଉପରେ ସମାଜ ମଧ୍ୟ ଧ୍ୟାନ ଦେଇନଥାଏ । ଏମିତିରେ ପୀଡିତା ସାରା ଜୀବନ ଦ୍ବିବିଧା ରହିଥାଏ । ପୀଡିତାଙ୍କ ପରିବାରଲୋକ ମଧ୍ୟ କହିଥାନ୍ତି ଯେ, ଯଦି ସମାଜକୁ ଏ ଘଟଣା ଜଣାପଡିଯାଏ ତେବେ ସେମାନଙ୍କ ସହ ବିବାହ କିଏ କରିବ । ସେଥିପାଇଁ ସେମାନେ ମଧ୍ୟ ଚୁପ୍ ରହିଯାଇଥାନ୍ତି ।

   Related Posts