ଉତ୍ତରପ୍ରଦେଶର ଜିଲ୍ଲା ଜେଲରେ ରହିବା ଲାଗି ଚାହୁଁ ନାହାନ୍ତି କାଶ୍ମୀର କଏଦୀ, କାହିଁକି ଜାଣନ୍ତୁ

Published By : Prameya-News7 Bureau | September 23, 2019 IST

ଲକ୍ଷ୍ମୌ୨୩|୯: ବହୁ ସଂଖ୍ୟକ କାଶ୍ମୀର କଏଦୀ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲା ଜିଲ୍ଲାରେ ସଢ଼ୁଛନ୍ତି। ସେମାନଙ୍କୁ ନିଜ ରାଜ୍ୟ ଜେଲକୁ ପଠାଇ ଦିଆଯାଉ ବୋଲି କଏଦୀମାନେ ଦାବି କରିଛନ୍ତି। ଯୁପି ଜିଲ୍ଲା ଜେଲରେ ପ୍ରବଳ ଗରମ ଯୋଗୁଁ କଏଦୀମାନେ ଏଭଳି ଦାବି କରିଛନ୍ତି। ଉତ୍ତରପ୍ରଦେଶର ଜଳବାୟୁ ସେମାନଙ୍କ ପାଇଁ ଅନୁକୂଳ ନୁହେଁ । ତେଣୁ କଏଦୀମାନଙ୍କୁ  ସେମାନଙ୍କ ରାଜ୍ୟ ଜେଲକୁ ସ୍ଥାନାନ୍ତର କରାଯାଉ ବୋଲି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଠାରେ କଏଦୀକୁ ଭୋକ ଲାଗୁ ନାହିଁ ଏବଂ ବାରମ୍ବାର ରୋଗରେ ପୀଡ଼ିତ ହେଉଥିବା କଥା ସେ କହିଛନ୍ତି। ଜେଲରେ କଏଦୀମାନେ ଖାଇବା ପରେ ସେମାନଙ୍କ ପେଟ କାଟୁଛି। ଠିକ୍‌ ଭାବରେ ସେମାନେ ଖାଇପାରୁ ନାହନ୍ତି ବୋଲି କଏଦୀମାନେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲା ଜେଲରେ ଥିବା କିଛି କଏଦୀଙ୍କ ଉପରେ ଦେଶ ଦ୍ରୋହୀ ମାମଲା ରହିଛି। ଗତ ଅଗଷ୍ଟ  ୬ ତାରିଖରେ ଜମ୍ମୁ-କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ପରେ  ୨୮୫ କଏଦୀଙ୍କୁ କାଶ୍ମୀରରୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲା ଜେଲକୁ ପଠାଇ ଦିଆଯାଇଥିଲା। ଏହି କଏଦୀମାନଙ୍କୁ ଆଗ୍ରା, ଲକ୍ଷ୍ମୌ, ଆଲ୍ଲାହାବାଦ, ବାରାଣସୀ , ବରେଲି ଓ ଆମ୍ବେଦନଗରରେ ଥିବା ଜେଲକୁ ପଠାଯାଇଥିଲା।

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଉଚ୍ଚ ନ୍ୟାୟଳୟ ଦ୍ବାରା ଗଠିତ  ଏକ ଆଡଭାଇଜରୀ ବୋର୍ଡ ସେମାନଙ୍କ ସହ ଭିଡିଓ କନଫରେସିଂ ମାଧ୍ୟରେ କଥା ହେବେ। କଏଦୀଙ୍କ ଅଭିଯୋଗ ଶୁଣିବା ପରେ ଆଡଭାଇଜରୀ ବୋର୍ଡ ନିଷ୍ପତ୍ତି ନେବେ। ଏବେ କିନ୍ତୁ କାଶ୍ମୀର କଏଦୀଙ୍କ ସହ ସେମାନଙ୍କ ପରିବାର ଲୋକ ଦେଖା କରିବା ଲାଗି ଅନୁମତି ମିଳିଥିବା କଥା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.