Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଧୋନୀଙ୍କ ବାରମୂଳା ଗସ୍ତକୁ କାଶ୍ମୀର ଘାଟୀର ନିର୍ଦ୍ଦିଷ୍ଟ ଗୋଷ୍ଠୀ କଲା ବିରୋଧ, ଦେଲେ ଆଫ୍ରିଦି ବୁମ୍ ବୁମ୍

14/08/2019 at 3:26 PM

କାଶ୍ମୀର୧୪|୮: ଆନ୍ତର୍ଜାତୀୟ କ୍ରିକେଟର ଧମକ-ଚମକଠୁ ଦୂରରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଭାରତୀୟ ସେନା ସହ କାଶ୍ମୀରରେ ଡ୍ୟୁଟି କରୁଛନ୍ତି। ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦରେ ଥିବା ଧୋନି ଏବେ ଭାରତୀୟ ସେନାର ୧୦୬ଟିଏ ବାଟାଲିୟନ ସହ କାଶ୍ମୀରରେ ନିୟୋଜିତ ଅଛନ୍ତି। ଏବେ ତାଙ୍କର ଅନେକ ଫଟୋ ସାମନାକୁ ଆସିଥିଲା,ଯାହା ସୋଶିଆଲ ମିଡିଆରେ ଆସୁ ଆସୁ ଭାଇରାଲ ହୋଇଯାଇଛି। ଏହି ଫଟୋ ଜରିଆରେ ତାଙ୍କୁ ଅନ୍ୟ ଯବାନଙ୍କ ସହ ଭଳିବଲ୍ ଖେଳୁଥିବା ଦେଖାଯାଇଛି। ଓ୍ବାଲର୍ଡ଼ କପ୍ ପରେ ଧୋନି କ୍ରିକେଟରୁ ଦୁଇ ମାସ ବ୍ରେକ୍ ନେଇଥିଲେ ଏବଂ ସେ ଅଗଷ୍ଟ ୧୫ଯାଏଁ କାଶ୍ମୀର ଘାଟିରେ ରହିବେ। ତେବେ କାଶ୍ମୀରର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧୋନୀଙ୍କ କାଶ୍ମୀର ଅବସ୍ଥାନକପ ପସନ୍ଦ କରୁନାହାନ୍ତି । ଧୋନୀ ଏବେ ବାରମୂଳା ଯାଇଥିବାବେଳେ ବିରୋଧ ପ୍ରଦର୍ଶନ ହୋଇଥିବା ଖବର ମିଳିଛି ।

ସ୍ଥାନୀୟ ପ୍ରଶଂସକମାନେ ମଧ୍ୟ ଧୋନିଙ୍କ ଉପରେ ନଜର ରଖିଛନ୍ତି। ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଏବଂ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଘାଟିରେ ଏକ ଅଲଗା ପ୍ରକାରର ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଏହା ସତ୍ବେ ଧୋନି ଅନ୍ୟ ଯବାନଙ୍କ ସହ ଡ୍ୟୁଟି କରିବା ସହ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ୪/୫ଦିନ ତଳେ ସେ ଜୋତା ପଲିଶ୍ କରୁଥିବା ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ସମଗ୍ର ଦେଶ ​‌​‌ଧୋନିଙ୍କ ସେନାବାହିନୀରେ ଟ୍ରେନିଂକୁ ପ୍ରଶଂସା କରୁଥିବାବେଳେ ଘାଟିରେ କାଶ୍ମୀର ଘାଟିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧୋନିଙ୍କ କାଶ୍ମୀର ଅବସ୍ଥାନକୁ ବରଦାସ୍ତ କରିପାରୁନାହାନ୍ତି।


ସେ ଯେତେବେଳେ ଏକ କାର୍ଯ୍ୟକ୍ରମରେ ବାରମୂଳା ଜିଲ୍ଲା ଯାଇଥିଲେ ସେତେବେଳେ କିଛି ସ୍ଥାନୀୟ ଲୋକେ ଧୋନିଙ୍କ ଆସିବା ଦେଖି ଖୁସି ନଥିଲେ। ଏହି ଲୋକମାନେ ଧୋନିଙ୍କୁ ସେନା ଡ୍ରେସରେ ଦେଖି ଜୋର ଜୋରରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ନାଁ ନେଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଏହାକୁ  ୨୭ହଜାର ଲୋକେ ଦେଖି ସାରିଛନ୍ତି।


ଟ୍ରେନିଙ୍ଗ ପରେ ଧୋନି ଖୁବ୍ ଶୀଘ୍ର ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ବୋଲି ଆଶା କରାଯାଉଛି। ଆଗକୁ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଥିବାରୁ ସେ ଦଳରେ ସାମଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।

   Related Posts