Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୭୦ ହଟିବା ପରେ କାଲି ନୂଆ କାଶ୍ମୀର ନୂଆ ଢଙ୍ଗରେ ପାଳିବ ସ୍ବାଧୀନତା ଦିବସ : ଇମ୍ରାନ ପୁଣି କଲେ ବିଷୋଦ୍ଗାର, ବୈଦେଶିକ ମନ୍ତ୍ରାଳୟ ଦେଲା କଡା ଜବାବ

ନୂଆଦିଲ୍ଲୀ୧୪|୮: କାଲି ସାରା ଦେଶ ପାଳନ କରିବ ୭୩ତମ  ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସକୁ  ସୁରୁଖୁରୁରେ ପାଳନ କରିବା ଲାଗି ଜାମ୍ମୁ କାଶ୍ମୀର ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଜାମ୍ମୁରେ କଟକଣା ହଟାଯାଇଥିବା ବେଳେ କାଶ୍ମୀରର କିଛି ସ୍ଥାନରେ ଏବେ ବି କଟକଣା ବଳବତ୍ତର ରହିଛି। ସ୍ଥିତି ଉପରେ ସେନା ଓ ଜମ୍ମୁ କାଶ୍ମୀର ପୋଲିସ ତୀକ୍ଷ୍ଣ ନଜର ରଖିଛି। ସେପେଟ ପୁଣି ଭାରତ ବିରୋଧରେ ବିଷୋଦଗାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସବୁ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ଇମ୍ରାନ ।ଯାହାର ଜବାବ ଦେଇଛି ଭାରତର ବୈଦେଶିକ ମନ୍ତ୍ରଣାଳୟ।

୩୭୦ ହଟିବା ପରେ କାଲି ନୂଆ କାଶ୍ମୀର ନୂଆ ଡଙ୍ଗରେ ପାଳିବ ସ୍ବାଧୀନତା ଦିବସ । କାଶ୍ମୀରର ଯୁବ ପୀଢ଼ି ମଧ୍ୟରେ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ। ସପ୍ତାହ ଧରି ଘାଟିରେ କଟକଣା ପରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି । ଜାମ୍ମୁରେ ସମ୍ପୂର୍ଣ୍ଣ କଟକଣା ହଟାଯାଇଛି। କାଶ୍ମୀରରେ କିଛିକିଛି ସ୍ଥାନରେ ଏବେ ବି କଟକଣା ବଳବତ୍ତର ରହିଛି ।  ଜମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ତ୍ରିରଙ୍ଗା ଉଡାଇବାକୁ ସରପଞ୍ଚମାନଙ୍କୁ ନିର୍ଦେଶ ଦେବା ଲାଗି କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସ୍ବାଧୀନତା ଦିବସ ପାଳନ ଲାଗି ପ୍ରତ୍ୟେକ ଜିଲ୍ଲାରେ କରାଯାଇଥିବା ଫୁଲ ଡ୍ରେସ ରହିର୍ସଲ ଏବଂ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟପାଳଙ୍କୁ ରାଜ୍ୟ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ସେପଟେ ସ୍ଥିତି ଉପରେ ପୂରା ନଜର ରଖାଯାଇଛି ।

ସେପଟେ ହତାଶ ପାକିସ୍ତାନର କାଶ୍ମୀର ଚିତ୍କାର ସରୁନି। ଆଜି ପାକିସ୍ତାନର ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ନେତାଙ୍କ ମୁହଁରୁ ଖାଲି କାଶ୍ମୀର କାଶ୍ମୀର ହିଁ ଶୁଣାଯାଇଥିଲା। ଇସ୍‌ଲାମାବାଦରେ ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନ ବିକାଶ କଥା ଛାଡ଼ି କାଶ୍ମୀର କଥା ବଖାଣିଚାଲିଥିଲେ। ଆଉ ଇମ୍ରାନ ପହଞ୍ଚିଯାଇଥିଲେ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ । ନିଜର ଅଧିକାର ଜାହିର କରିବାକୁ ଦେଖେଇ ହୋଇଥିଲେ। ଆଉ  ପିଓକେରେ ବିଧାନସଭାରେ ପହଞ୍ଚି ଭାରତ ବିରୋଧରେ ବିଷୋଦାଗର କରିଥିଲେ। ବିଭିନ୍ନ ସ୍ଥାନରୁ ନିରାଶ ହେବା ପରେ ବି କାଶ୍ମୀର ସଲିଡାରିଟି ଡେ ପାଳନ କରିଛନ୍ତି। ଆଉ ସବୁ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇବେ କହିଛନ୍ତି ଇମ୍ରାନ । ବାଲାକୋଟଠାରୁ ବଡ ଅପରେସନ ପିଓକେରେ ମୋଦି ସରକାର କରିପାରନ୍ତି ବୋଲି ଇମ୍ରାନ କହିଛନ୍ତି। ଯାହାର ଜବାବ ଦେଇଛି ଭାରତ।

ଏଣେ ନୂଆ କାଶ୍ମୀର ନୂଆ ଉତ୍ସାହରେ କାଲି ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି ସେପଟେ ବାସ୍ତବତାକୁ ଗ୍ରହଣ କରିବାରୁ ରାଜି ହେଉନି ପାକିସ୍ତାନ।

278 Views

   ସମ୍ବନ୍ଧିତ ଖବର