କାଶ୍ମୀରକୁ ଫେରୁଛି ୯୦ ଦଶକର ସମୟ: ଏହି ମାସରେ ଗଲାଣି ୧୧ ଜୀବନ, ଆତଙ୍କୀଙ୍କ ଭୟରେ ଲୋକେ ଛାଡୁଛନ୍ତି ସହର

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯/୧୦: ଜାମ୍ମୁ କାଶ୍ମୀର ଉପତ୍ୟକାର ସ୍ଥିତି ଖରାପ ହେବାରେ ଲାଗିଛି । ଯେତେବେଳେ ସେନା ଭାରି ପଡିଲା ସେତେବେଳେ ଆତଙ୍କୀମାନେ ସାଧାରଣ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଆଉ ସାଧାରଣ ନୀରିହ ଲୋକଙ୍କୁ ପୋଲିସ କିମ୍ବା ସେନା ସୁରକ୍ଷା ଦେଇପାରିବ ନାହିଁ । ଏହିପରି ଲୋକମାନଙ୍କ ମଧ୍ୟରେ ଉପତ୍ୟକାରେ ରହୁଥିବା ହିନ୍ଦୁ, କାଶ୍ମୀରୀ ପଣ୍ଡିତ ଏବଂ ବାହାର ଲୋକ ଅଛନ୍ତି ।

ଏହି ମାସରେ ଆତଙ୍କୀମାନେ ୧୧ ସାଧାରଣ ନାଗିରକିଙ୍କୁ ହତ୍ୟା କରିସାରିଲେଣି । ଯେଉଁଥିରେ ୭ ଅଣ ମୁସଲିମ ଅଛନ୍ତି । ଏହା ପରେ ଉପତ୍ୟକାର ଲୋକଙ୍କ ହୃଦୟରେ ଭୟ ରହିଯାଇଛି । ଯେଉଁଥିପାଇଁ ସେମାନେ ସ୍ଥାନ ଛାଡିବାକୁ ବାଧ୍ୟ ହେଲେଣି । ଯାହାକୁ ଦେଖିଲେ ମନୋ ହେଉଛି ୯୦ ଦଶକର ପରିସ୍ଥିତି ପୁଣି ଫେରିଛି ବୋଲି ଚର୍ଚ୍ଚା ହେଉଛି । ତା’ପରେ ଅଣ ମୁସଲମାନ ବିଶେଷକରି କାଶ୍ମୀରୀ ପଣ୍ଡିତମାନେ ରାତା ରାତି ଉପତ୍ୟକା ଛାଡିଛନ୍ତି ।

ମାର୍ଚ୍ଚ ୨୦୧୦ରେ କାଶ୍ମୀରୀ ପଣ୍ଡିତଙ୍କୁ ନେଇ ଜାମ୍ମୁ କାଶ୍ମୀର ବିଧାନସଭାରେ ଏକ ପ୍ରସଙ୍ଗ ଉଠିଥିଲା । ସେହି ସମୟରେ ସରକାର କହିଥିଲେ ଯେ ୧୯୮୯ ରୁ ୨୦୦୪ ମଧ୍ୟରେ ଉପତ୍ୟକାରେ ୨୧୯ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ଏଥି ସହିତ ଜାମ୍ମୁ କାଶ୍ମୀର ସରକାରଙ୍କ ମାଇଗ୍ରେଣ୍ଟ ରିଲିଫ ପୋର୍ଟାଲ ଅନୁଯାୟୀ ଉପତ୍ୟକାରେ ଆତଙ୍କବାଦୀ ଘଟଣା ଜଣାପଡିବା ପରେ ୬୦ ହଜାରରୁ ଅଧିକ ପରିବାର ସ୍ଥାନାନ୍ତର ହୋଇଛନ୍ତି ।

ସେଥିମଧ୍ୟରୁ ୪୪ ହଜାର ପରିବାର ରାଜ୍ୟ ରିଲିଫ-ପୁନର୍ବାସ କମିଶନରଙ୍କ ନିକଟରେ ପଞ୍ଜୀକୃତ ହୋଇଥିଲେ । ଏହି ୪୪ ହଜାର ପରିବାର ମଧ୍ୟରୁ ୪୦ ହଜାର ୧୪୨ ହିନ୍ଦୁ ପରିବାର, ୨ ହଜାର ୬୮୪ ମୁସଲମାନ ପରିବାର ଏବଂ ୧ ହଜାର ୭୩୦ ଶିଖ ପରିବାର ଅନ୍ତର୍ଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.