Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କାଶ୍ମୀରରେ ପାରଦ ଛୁଇଁଲା ୪୨.୭ ଡିଗ୍ରି ସେଲସିୟସ୍, ଜୁନ୍ ୧୩ ପରେ ମିଳିପାରେ ଆଶ୍ୱସ୍ତି

10/06/2021 at 2:40 PM

ଶ୍ରୀନଗର ୧୦।୬: ଜମ୍ମୁ-କାଶ୍ମୀରରେ ସର୍ବାଧିକ ତାପମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ୍‌ ବଢିଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଗୁରୁବାର ଦିନର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ସେଲସିୟସୁ ଛୁଇଁବା ପରିସ୍ଥିତିକୁ ଜଟିଳ କରିଛି। ଗତ ଏକ ସପ୍ତାହ ହେଲା ଉପତ୍ୟାକାରେ ଗ୍ରୀଷ୍ମର ପ୍ରକୋପ ଜାରି ଥିବା ବେଳେ୧୩ ଜୁନ ପରେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।

ଜୁନ ୧୩ ତାରିଖ ଦିନ ବର୍ଷା ଆଶଙ୍କା କରାଯାଉଛି। ଏଣୁ ଅସରାଏ ବର୍ଷା ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ବୁଧବାର ଜମ୍ମୁରେ ସର୍ବାଧିକ ୪୨.୨ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି। ଯାହା ଚଳିତ ଋତୁର ହାରାହାରି ତାପମାତ୍ରାଠାରୁ ୫ ଡିଗ୍ରି ସେଲସିୟସ୍‌ ଅଧିକ ରହିଛି। ତେବେ ୧୧ ଓ ୧୨ ଜୁନରେ କାଁ ଭାଁ ବର୍ଷା ଅନୁମାନ କରାଯାଉଥିବା ବେଳେ ୧୩ ତାରିଖ ଦିନ ବ୍ୟାପକ ବର୍ଷା ଆଶଙ୍କା କରାଯାଉଛି।

ଜମ୍ମୁ ଆବାସିକ ଅଞ୍ଚଳରେ ଅବସ୍ଥାପିତ କଟାରା ବୈଷ୍ଣୋ ଦେବୀ ମନ୍ଦିର ଅଞ୍ଚଳର ରାଜ୍ୟର ଦ୍ୱିତୀୟ ସବୁଠାରୁ ଉଷ୍ମ ସ୍ଥାନ ବୋଲି ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଏଠାରେ ଅଧିକତମ ତାପମାତ୍ରା ୩୯.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି. ସେହିପରି ସର୍ବନିମ୍ନ ତାପମାତ୍ରା ୨୭.୪ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

   Related Posts