Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଭାରତର କୁଟନୈତିକ ବିଜୟ, OIC ବୈଠକରେ ହେବନି କାଶ୍ମୀର ମୁଦ୍ଦାକୁ ନେଇ ଚର୍ଚ୍ଚା

26/11/2020 at 3:17 PM

ନୂଆଦିଲ୍ଲୀ ୨୬/୧୧ : ନାଇଜରରେ ଆସନ୍ତା ନଭେମ୍ବର ୨୭ ଏବଂ ୨୮ ତାରିଖରେ ହେବାକୁ ଥିବା ଇସଲାମିକ ସହଯୋଗ ସଂଗଠନ ବୈଠକ ହେବାକୁ ଯାଉଛି । କିନ୍ତୁ ସବୁ ଚେଷ୍ଟା ସତ୍ତ୍ଵେ ପାକିସ୍ତାନର ପ୍ଲାନ୍ ଫସର ଫାଟିଯାଇଛି । ଏଥର ମଧ୍ୟ ହେବାକୁ ଥିବା ବୈଠକରେ କାଶ୍ମୀର ମୁଦ୍ଦା ଏଜେଣ୍ଡା ହେବନାହିଁ ବୋଲି ସୂଚନା ମିଳିଛି । ଏହି ବୈଠକରେ ଓଆଇସିରେ ସାମିଲ ଦେଶମାନଙ୍କର ବିଦେଶ ମନ୍ତ୍ରୀମାନେ ଭାଗ ନିଅନ୍ତି । ଯଦି କାଶ୍ମୀର ପ୍ରସଙ୍ଗ ଏଜେଣ୍ଡା ନହୁଏ ତେବେ ପାକିସ୍ତାନ ପାଇଁ ବୁମେରାଂ ସାବ୍ୟସ୍ତ ହେବ । ପ୍ରାୟ ସବୁ ବୈଠକରେ ଇସଲାମାବାଦ କାଶ୍ମୀର ପ୍ରସଙ୍ଗ ଉଠାଏ କିନ୍ତୁ ଏଥର ସବୁ କୌଣସି ପ୍ଲାନ୍ କାମ ଦେଉନାହିଁ ।

ପାକିସ୍ତାନର ବିଦେଶ ମନ୍ତ୍ରାଳୟ ବୁଧବାର ଏକ ବୟାନ ଜାରିକରି କହିଛି ଯେ, ପାକ୍ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀଙ୍କୁ ଓଆଇସି ବୈଠକରେ ସାମିଲ ହେବାକୁ ନେଇ ସୂଚନା ଦିଆଯାଇଥିଲା । ଷହି ବୈଠକରେ ଜାମ୍ମୁ-କାଶ୍ମୀର ବିବାଦ ସମେତ ମୁସଲିମ ସମାଜ ପାଇଁ ଆସିଥିବା ଅନେକ ମୁଦ୍ଦା ଉପରେ ଆଲୋଚନା ହେବ । କିନ୍ତୁ ପାକିସ୍ତାନର ଏହି ପ୍ରସ୍ତାବ ମିଛ ପ୍ରମାଣିତ ହେବା ସହିତ ତୁରନ୍ତ  ଖାରଜ ହୋଇଯାଇଥିଲା । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେତୁ ସେଠାକାର ଜନସାଧାରଣଙ୍କର ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିବା ଏହି ମୁଦ୍ଦାର ଉଲ୍ଲେଖ କରିଥିଲା ପାକିସ୍ତାନ, ଯାହାକୁ ଖାରଜ କରିଦିଆଯାଇଛି ।

ଓଆଇସି ସଂଗଠନର ମହାସଚିବ ୟୁସେଫ୍ ଅଲ-ଓଥାଇମେନ କହିଛନ୍ତି ଯେ, ବିଦେଶ ମନ୍ତ୍ରୀମାନଙ୍କ ଏହି ବୈଠକରେ ଲକ୍ଷ ହେଉଛି, ଶାନ୍ତି ଏବଂ ବିକାଶକୁ ପ୍ରାଧାନ୍ୟ ଦେଇ ଆତଙ୍କବାଦୀ ବିରୋଧରେ ଏକଜୁଟ ହେବା । ଓଆଇସି ପକ୍ଷରୁ ଜାରି ବୟାନରେ କୁହାଯାଇଛି ​‌ଯେ, କାଶ୍ମୀର ମୁଦ୍ଦା ଉପରେ ଏହି ବୈଠକରେ କୌଣସି ଆଲୋଚନା ହୋଇପାରିବ ନାହିଁ । ଏହି ନିଷ୍ପତ୍ତିକୁ ସାଉଦି ଆରବ ଏବଂ ୟୁଏଇ ସମର୍ଥନ କରିଥିବା​‌ ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ପାକିସ୍ତାନ ସାଉଦି ଆରବ ଏବଂ ୟୁଏଇକୁ ଛାଡି ତୁର୍କୀ ଏବଂ ମାଲେସିଆ ସହିତ କାରବାର ବଢାଇଦେଇଛି । ଅନ୍ୟପଟେ ସାଉଦି ଆରବ ଏବଂ ୟୁଏଇ ସହିତ ଭାରତର ସୁସମ୍ପର୍କ ଏବଂ କାରବାର ବୃଦ୍ଧି ପାଇବାରେ ଲାଗିଛି ।

   Related Posts