କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

Published By : Prameya-News7 Bureau | August 20, 2019 IST

ଶ୍ରୀନଗର .- କାଶ୍ମୀରର ବାରାମୁଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏକ ଗୋଟିଏ ସ୍ଥାନରେ ଜଣେ କିମ୍ବା ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳଙ୍କ ପକ୍ଷରୁ ସନ୍ଦେହ କରାଯାଉଛି ।
ସୁରକ୍ଷାବଳଙ୍କୁ ସେହି ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହାପରେ ସେଠାରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ପରେ ଆତଙ୍କବାଦୀ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ପୁଞ୍ଚ ଅଞ୍ଚଳରେ ମଙ୍ଗଳବାର ସକାଳେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବାରୁ ଭାରତୀୟସେନାର ଜଣେ ଜବାନ ସହିଦ ହୋଇଥିବାବେଳେ ୪ ଜଣ ଆହତ ହୋଇଥିଲେ । ପାକିସ୍ତାନ ସେନା କାଶ୍ମୀରର ସୀମାନ୍ତ ଗ୍ରାମ ଉପରେ ଗୁଳି ଗୋଳା ବର୍ଷା କରୁଥିବା ବେଳେ ଭାରତୀୟ ସେନାର ଶିବିର ଉପରେ ଆକ୍ରମଣ କରୁଛି ।

wp:core-embed/twitter {"url":"https://twitter.com/ANI/status/1163835477813841922","type":"rich","providerNameSlug":"twitter","className":""}
https://twitter.com/ANI/status/1163835477813841922
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.