କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହେବ ପାକିସ୍ତାନ

Published By : Prameya-News7 Bureau | August 20, 2019 IST

ଇସଲାମାବାଦ .-  କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହେବ । ସୁରକ୍ଷା ପରିଷଦରେ ପାକିସ୍ତାନର ଅଭିଯୋଗ କାଟ୍‌ ଖାଇବା ପରେ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ନେବ ବୋଲି ପାକିସ୍ତାନ  କହିଛି । ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମ୍ମୁଦ ଖୁରେସୀ  ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ଭାରତ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏକ ପ୍ରକାର ହଡ ବଡେଇ ଯାଇଛି । ପାକିସ୍ତାନର ଅର୍ଥ ବ୍ୟବସ୍ଥା ଭୁଶୁଡି ଯାଇଥିବା ବେଳେ ସେ ଚୀନ୍‌କୁ ମାଧ୍ୟମ କରି ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ଘେରିବା ପାଇଁ ଉଦ୍ୟମ କରିଥିଲା । ମାତ୍ର ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଭାରତକୁ ସମର୍ଥନ କରିଥିଲେ ।

ଅଗଷ୍ଟ ୬ ତାରିଖରେ ପାକିସ୍ତାନ ସଂସଦରେ ପାକ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ଏହି ପ୍ରସଙ୍ଗକୁ ବିଶ୍ୱର ସମସ୍ତ ଫୋରମରେ ଉପସ୍ଥାପନ କରିବେ ବୋଲି କହିଥିଲେ । ଏହାପରଠାରୁ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି।

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତ ଏହା ତାହାର ଅଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଅନ୍ତର୍ଜାତୀୟ ସମୁଦାୟକୁ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.