ଆଜି ହଟିପାରେ କାଶ୍ମୀର ସସ୍ ପେନ୍ସ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ ୫/୮: କାଶ୍ମୀର ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବୈଠକରେ କାଶ୍ମୀର ସଂପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ଏହି ବୈଠକରେ ଗୃହ ମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀ,ଅର୍ଥ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ସିସିଏସ୍ ବୈଠକ ପରେ କ୍ୟାବିନେଟ ବୈଠକ ବସିଛି।  କାଶ୍ମୀରର ପରିବର୍ତ୍ତିତ ପରିସ୍ଥିତି ସଂପର୍କରେ ମଧ୍ୟ ସରକାର ସଂସଦରେ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କୁ ବିରୋଧୀ ନୋଟିସ ଦେଇସାରିଛନ୍ତି । ଆଜି ପାର୍ଲାମେଣ୍ଟରେ କାଶ୍ମୀର ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିବେ ।

ସେପଟେ ଗତକାଲି ମଧ୍ୟାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ବରାଷ୍ଟ୍ର ସଚିବ ରାଜୀବ ​ଗୌବା, ଗୁଇନ୍ଦା ବିଭାଗ ମୁଖ୍ୟ ଅରବିନ୍ଦ କୁମାର, ମୁଖ୍ୟ ସାମନ୍ତ ଗୋୟଲ ପ୍ରମୁଖଙ୍କ ସହ ମିଳିତ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ । ଏହା ପରେ କାଶ୍ମୀରରେ ଅନେକ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ନେଇ କାଶ୍ମୀର ନେତାମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ କାଶ୍ମୀରକୁ ନେଇ କେନ୍ଦ୍ର ସରକାର କ'ଣ ବଡ଼ ନିଷ୍ପତ୍ତି ନେବେ ଯାହା ଉପରେ ସାରା ଦେଶର ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.