ସରିଲା କ୍ୟାବିନେଟ୍ ବୈଠକ : ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ରଖିବେ ଗୃହ ମନ୍ତ୍ରୀ ଅମିତ ଶାହ

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ ୫/୮: ଜାମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ମନରେ କ’ଣ ଚାଲିଛି ଏହା ବିଷୟରେ କିଛି ସମୟ ପରେ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳେ ୯.୩୦ବେଳେ  ଆରମ୍ଭ ହୋଇଥିବା କ୍ୟାବିନେଟ ବୈଠକ ସରିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ,ଅଭିତ ଶାହ ଏବଂ ଏନଏସଏ ଡୋଭାଲଙ୍କ ମଧ୍ୟରେ ସ୍ବତନ୍ତ୍ର ବୈଠକ ହୋଇଥିଲା।

{"id":140986,"width":557,"height":356}

ଆଶା କରାଯାଉଛି ଯେ ଏହି ବୈଠକରେ ଜାମ୍ମୁ-କାଶ୍ମୀରକୁ ନେଇ କୈାଣସି ବଡ଼ ନିଷ୍ପତ୍ତି ନିଆଯାଇଛି। ଆଉ କିଛି ସମୟ ପରେ ଗୃହମନ୍ତ୍ରୀ ଅମିତ ଶାହ କାଶ୍ମୀର ପ୍ରସଙ୍ଗକୁ ନେଇ ମନ୍ତବ୍ୟ ରଖିବେ। ଏହି ବୈଠକରେ ଗୃହ ମନ୍ତ୍ରୀ ଅଭିତ ଶାହ,ଅଜିତ ଡୋଭାଲ ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବ୍ୟତୀତ କ୍ୟାବିନେଟର ସମସ୍ତ ମନ୍ତ୍ରୀ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.