ପାକିସ୍ତାନର ହାତ ଛାଡିଲା ଚୀନ, କାଶ୍ମୀର ପ୍ରସଙ୍ଗରେ ତ୍ୱରିତ ହସ୍ତକ୍ଷେପକୁ ଏଡାଇଦେଲା ଡ୍ରାଗନ
2/04/2020 at 10:26 AM

ନୂଆଦିଲ୍ଲୀ, ୦୨|୦୪: ସାରା ବିଶ୍ୱ ଏବେ କରୋନା ଭାଇରସର ମହାମାରୀକୁ ସାମ୍ନା କରୁଛି । ତେବେ ଏହି ଜଟିଳ ପରିସ୍ଥିତିରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଧରି ବସିଛି । ତେବେ ପାକକୁ ବଡ ଝଟକା ଦେଇଛି ଚୀନ । ଜାତିସଂଘରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ତ୍ୱରିତ ହସ୍ତକ୍ଷେପ କରିବାକୁ ପାକିସ୍ତାନର ତ୍ୱରିତ ଅନୁରୋଧକୁ ଚୀନ ଅଗ୍ରାହ୍ୟ କରିଦେଇଛି । ଭାରତ ଓ ଚୀନ ମିଳିତ ଭାବେ କରୋନା ଭାଇରସର ମୁକାବିଲା ପାଇଁ ହତ ମିଳାଇଥିବା ବେଳେ ପାକିସ୍ତାନକୁ ଏହା ଶକ୍ତ ଧକ୍କା ଦେଇଛି ।
ଭାରତ ସରକାର ମଙ୍ଗଳବାର ଏୟାର ଇଣ୍ଡିଆ ଚୀନ ଓ ଭାରତ ମଧ୍ୟରେ ଏକ କାର୍ଗୋ ଏୟାର ବ୍ରିଜ୍ ତିଆରି କରିବ ବୋଲି ଘୋଷଣା କରିଥିଲେ । ଏହା ସାହାଯ୍ୟରେ ଜରୁରୀକାଳିନ ମେଡିକାଲ ଉପକରଣର ଆଧାନ ପ୍ରଦାନ ହୋଇପାରିବ ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଥିଲେ ଯେ, କାଶ୍ୱୀର ପ୍ରସଙ୍ଗ ଅନ୍ତର୍ଜାତୀୟ ଶାନ୍ତି ଭଙ୍ଗ କରୁଛି । ଏହା ଉପରେ ୟୁଏନରେ ଅତିଶୀଘ୍ର ଆଲୋଚନା କରାଯିବା ଆବଶ୍ୟକ । ଏହାସହ ସେ ୟୁଏନକୁ ଚିଠି ଲେଖି କାଶ୍ମୀରରେ ମାନବାଧିକାର ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ । ଗତ ଜାନୁଆରୀ ଯାଏ ପାକିସ୍ତାନର ଦାବିକୁ ଚୀନ ଉଚିତ ବୋଲି ଗ୍ରହଣ କରିଥିଲା ।ଏପରିକି ୟୁଏନରେ ମଧ୍ୟ ପାକିସ୍ତାନର ପକ୍ଷ ନେଇଥିଲା । କାଶ୍ମୀର ପ୍ରସଙ୍ଗରେ ବନ୍ଦ କୋଠରୀରେ ବୈଠକ କରିବାକୁ ଚୀନ ଚାପ ପକାଇଥିଲା । କିନ୍ତୁ ହାର କୌଣସି ନିଷ୍ପର୍ଷ ବାହାରି ନଥିଲା । ତେବେ କ୍ୟୁରେସୀ କରୋନା ଭାଇରସ ପାଇଁ ଭାରତ କାଶ୍ମୀରରେ ସମସ୍ତ କଟକଣା ହଟାଉ ବୋଲି ସେ ଦାବି କରିଥିଲେ ।
ତେବ ଭାରତ ଓ ଚୀନ ମିଳିତ ଭାବେ କରୋନା ମୁକାବିଲା କରୁଛନ୍ତି । ଗତ ସପ୍ତାହରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏନେଇ ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ଓ୍ୱିଙ୍କ ସହ ଆଲୋଚନା କରିଥିଲେ ।ଏହାସହ ଭାରତରେ ଅବସ୍ଥିତ ଚୀନ ରାଷ୍ଟ୍ରଦୂତ ମଧ୍ୟ କରୋନା ବିରୋଧରେ ଉଭୟ ଦେଶର ମିଳିତ ଉଦ୍ୟମ ବାବଦରେ ଟ୍ୱିଟ କରିଥିଲେ । ନିକଟରେ ଜି୨୦ ଦେଶ ପରସ୍ପରକୁ ଅତ୍ୟାବଶ୍ୟକୀୟ ଔଷଧ ଉପକରଣ ପ୍ରଦାନକୁ ନେଇ ସହମତି ପ୍ରକାଶ କରିଥିଲେ ।