Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଇସ୍ଲାମାବାଦ ରାଜମାର୍ଗର ନାମ ହେଲା ‘ଶ୍ରୀନଗର ହାଇୱେ’,କ୍ୟୁରେସୀ କହିଲେ ଅଗଷ୍ଟ ୫ତାରିଖରେ ପାକିସ୍ତାନର ହେବ କାଶ୍ମୀର!

31/07/2020 at 8:39 PM

ଇସ୍ଲାମାବାଦ ୩୧।୭:  କାଶ୍ମୀରକୁ ନେଇ ପାକିସ୍ତାନର ପାଗଳାମୀ କେଉଁସ୍ତରରେ ପହଞ୍ଚିଛି ତାହା ଶୁକ୍ରବାର ଇସ୍ଲାମାବାଦ ସଡକ ନାମକରଣରୁ ସ୍ପଷ୍ଟ ହୋଇଯାଇଛି। ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ରାଜଧାନୀ ଇସ୍ଲାମାବାଦ ଜାତୀୟ ରାଜମାର୍ଗକୁ ‘ଶ୍ରୀନଗର ହାଇୱେ’ ନାମରେ ନାମିତ କରିଛନ୍ତି। ପୂର୍ବରୁ ଏହି ସଡକର ନାମ କାଶ୍ମୀର ହାଇୱେ ଥିଲା। ସଡକ ନାମ ପରିବର୍ତ୍ତନ କାର୍ଯ୍ୟକ୍ରମରେ କ୍ୟୁରେସି ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ-କାଶ୍ମୀର ସବୁ ଦିନ ଲାଗି ପାକିସ୍ତାନର ହୋଇଯିବ ବୋଲି ଦୃଢତାର ସହ କହିଛନ୍ତି। 

୫ଅଗଷ୍ଟ ୨୦୧୯ରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିଥିଲେ। ଏହା ସହ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ନାମରେ ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଥିଲେ। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ୧ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ପାକ୍ ସେନା କିଛି ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବାର ଅନୁମାନ କରାଯାଉଛି। ସେହି ଉତ୍ସାହରେ ବୈଦେଶିକ ମନ୍ତ୍ରୀ ରାଜପଥ ନାମ ପରିବର୍ତ୍ତନ କରିବା ସହ ଏହି ରାସ୍ତା ଦିନେ ନା ଦିନେ ଆମକୁ କାଶ୍ମୀର ପର୍ଯ୍ୟନ୍ତ ନେଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସେହିପରି କାର୍ଯ୍ୟକ୍ରମରେ ଅଗଷ୍ଟ ୫ ତାରିଖକୁ ପାକିସ୍ତାନ କଳାଦିବସ ଭାବେ ପାଳନ କରିବ ବୋଲି କ୍ୟୁରେସୀ କହିଛନ୍ତି। ସାରା ବର୍ଷ କାଶ୍ମୀର ଲାଗି ପାକିସ୍ତାନରେ କଳାଦିବସ ପାଳନ କରିବାକୁ ଏବେ ପ୍ରସ୍ତୁତି କରାଯାଉଥିବାର ମଧ୍ୟ ସେ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟଯେ  ଇସ୍ଲାମାବାଦର ମୁଖ୍ୟ ସଡକ ମଧ୍ୟରେ କାଶ୍ମୀର ହାଇୱେ ଅନ୍ୟତମ। ଏହି ସଡକ ଇସ୍ଲାମାବାଦକୁ ପଶ୍ଚିମ ଦିଗରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ସଂଯୁକ୍ତ କରୁଥିବା ବେଳେ ପୂର୍ବ ଦିଗରେ ଇ-୭୫ ଏକ୍ସପ୍ରେସ ୱେକୁ ସଂଯୁକ୍ତ କରୁଛି।  ଏହି ସଡ଼କର ମୋଟ ଦୈର୍ଘ୍ୟ ମାତ୍ର ୨୫ କିଲୋମିଟର ।

ପାକିସ୍ତାନ ଦେଶର ଆତଙ୍କ ନିରୋଧ ଆଇନରେ ସଂଶୋଧନ କରିଥିବାର ମଧ୍ୟ କ୍ୟୁରେସୀ କହିଛନ୍ତି। ଏଫଏଟିଏଫ ଚାପ ଯୋଗୁ ପାକିସ୍ତାନ ଏହି ଆଇନରେ ସଂଶୋଧନ କରିଛି। ତେବେ ବିଦେଶରେ ପାକିସ୍ତାନକୁ ଆତଙ୍କବାଦ ଲାଗି କଳା ତାଲିକାଭୁକ୍ତ କରିବା ନିମନ୍ତେ ଭାରତ ସରକାରଙ୍କ ଚକ୍ରାନ୍ତକୁ ଆମେ ପଣ୍ଡ କରିବାକୁ ସକ୍ଷମ ହୋଇଥିବା କ୍ୟୁରେସୀ  ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି।

   Related Posts