କାଶ୍ମୀର ଯୁବତୀଙ୍କୁ ବିବାହ ଲାଗି ଦେଶରେ ବଢୁଛି ଯୁବକଙ୍କ ଆଗ୍ରହ, ଗୁଗଲରେ ଏପରି କରୁଛନ୍ତି ସର୍ଚ୍ଚ

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଲୀ : କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଦେଶର ଯୁବକଙ୍କ ମଧ୍ୟରେ ଅଜବ ଉତ୍ସାହ ପରିଲକ୍ଷିତ ହେଉଛି। ତେବେ ଭାରତୀୟ ଯୁବକଙ୍କ ଏହି ଉତ୍ସାହର ମୁଖ୍ୟକାରଣ ହେଉଛନ୍ତି କାଶ୍ମୀର ଯୁବତୀ। ସମ୍ବିଧାନର ଏହି ଅନୁଚ୍ଛେଦ ହଟିବାମାତ୍ରେ କିପରି କାଶ୍ମୀର ଯୁବତୀଙ୍କୁ ବିବାହ କରିପାରିବେ ସେ ନେଇ ଏବେ ଗୁଗଲରେ ସର୍ଚ୍ଚ ଆରମ୍ଭ କରିଦେଇଛନ୍ତି। ଏବେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ହେଉଥିବା କି ୱାର୍ଡ ହେଉଛି ‘ମ୍ୟାରି କାଶ୍ମୀର ଗାର୍ଲ’ ଓ ‘ହାଓ କ୍ୟାନ ଆଇ ମ୍ୟାରି ଏ କାଶ୍ମୀର ଗାର୍ଲ’ ।

{"id":143225}

ସମ୍ବିଧାନର ଏହି ଅନୁଚ୍ଛେଦ ପ୍ରତ୍ୟାହାର ହେବା ପରେ ଏବେ କାଶ୍ମୀର ସହ ଦେଶର ଅନ୍ୟ ରାଜ୍ୟମାନଙ୍କ ସମ୍ପର୍କ ସ୍ଥାପିତ ହୋଇପାରିବ। ଏଥିରେ ରାଜ୍ୟରାଜ୍ୟ ମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କର ନୂଆ ଅଧ୍ୟାୟ ସୃଷ୍ଟି ହେବ। ଭାରତର ଅନ୍ୟ ପ୍ରଦେଶରେ କାଶ୍ମୀର ଯୁବକ ଓ ଯୁବତୀ ଏବେ ବିବାହ କରିପାରିବେ। ସେହପରି ବିଭିନ୍ନ ପ୍ରଦେଶର ଯୁବକ ଯୁବତୀ ମଧ୍ୟ କାଶ୍ମୀରରେ ବିବାହ, ବ୍ୟବସାୟ ଓ ଚାକିରୀ ଆଦି କରିପାରିବେ। ଏଣୁ ସାମ୍ବିଧାନିକ ଅନୁଚ୍ଛେଦର ପ୍ରତ୍ୟାହାର ସହ ନିଜ ନିଜ ଆଗ୍ରହର ବିଷୟ ଲୋକେ ଏବେ ସର୍ଚ୍ଚ ଇଞ୍ଜିନରେ ଖୋଜୁଥିବା ବେଳେ ଯୁବକମାନେ ମଧ୍ୟ ସେମାନଙ୍କର ଆଗ୍ରହର ବିଷୟ ବିବାହକୁ ନେଇ ଗୁଗଲ ଖେଳାଇବାରେ ଲାଗିଛନ୍ତି। ଏଥିରେ ପଶ୍ଚିମବଙ୍ଗର ସର୍ଫରମାନେ ସବୁଠୁ ଆଗୁଆ ଥିବା ବେଳେ ପଛକୁ  ରହିଛନ୍ତି ଦିଲ୍ଲୀ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଲୋକେ। ସେହିପରି ‘କାଶ୍ମୀର ଗାର୍ଲ’ ସର୍ଚ୍ଚରେ କେରଳ ଲୋକେ ଆଗୁଆ ଥିବା ଜଣାପଡିଛି।

{"id":143226}

କେବଳ ବିବାହ ନୁହେଁ କାଶ୍ମୀରରେ ଜମି କିଣିବା ଲାଗି ଝାରଖଣ୍ଡର ଲୋକେ ସର୍ବାଧିକ ସର୍ଚ୍ଚ କରୁଥିବା ଗୁଗଲ ପକ୍ଷରୁ କୁହାଯାଇଛି। ପଛକୁ ଦିଲ୍ଲୀର ଲୋକେ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ହରିୟାଣା। ଏଥିପାଇଁ ଗୁଗଲରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା କି ୱାର୍ଡଟି ହେଉଛି ‘ ହାଓ ଟୁ ବାୟ ଲ୍ୟାଣ୍ଡ ଇନ୍ କାଶ୍ମୀର’। ସେହିପରି ଜମି କିପରି କିଣି ହେବ ବୋଲି ୟୁପିର ଲୋକେ ଅଧିକ ସର୍ଚ୍ଚ କରୁଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ରର ଲୋକେ। ଆପଣଙ୍କ ସୂଚନା ପାଇଁ ଏଠାରେ  କହି ରଖୁଛୁ ଗୁଗଲରେ ‘କାଶ୍ମୀର ଗାର୍ଲ ପିକ୍’କୁ ବି ଲୋକେ ସର୍ବାଧିକ ସର୍ଚ୍ଚ କରୁଛନ୍ତି। ଗତ ୭ ଦିନରେ ପଶ୍ଚିମବଙ୍ଗରେ ସର୍ବାଧିକବାର ଏହି କି ୱାର୍ଡ ସର୍ଚ୍ଚ ହୋଇଥିବା ଗୁଗଲ ସର୍ଭେକ୍ଷଣରୁ ଜଣାପଡିଛି। ଏହି ସର୍ଚ୍ଚରେ ବିହାରର ଲୋକେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀର ଲୋକେ ତୃତୀୟ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.