‘ଛୋଟେ ବଚୋଁ କୋ ଇତନେ କାମ କ୍ୟୁଁ ରଖତେ ହୈ ମୋଦୀ ସାହାବ୍...’, ୬ ବର୍ଷର କୁନି ଝିଅଟି କାହିଁକି ଏମିତି ଅନୁରୋଧ କରିଛି ? ଭିଡିଓ ଭାଇରାଲ୍‌

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧/୫: ଗତବର୍ଷ ମାର୍ଚ୍ଚରେ କରୋନା ଭାଇରସ୍‌ ସଂକ୍ରମଣକୁ ନଜରରେ ରଖି ମୋଦୀ ସରକାର ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିଥିଲେ । ସେତେବେଳ ସ୍କୁଲ୍‌, କଲେଜ୍‌ ମଧ୍ୟ ବନ୍ଦ କରିଦିଆଗଲା। ଏହାରି ଭିତରେ ଚଳିତବର୍ଷ କରୋନାର ଦ୍ବିତୀୟ ଲହର ଆସିବା ସହ ଛୋଟ ପିଲାମାନଙ୍କ ପାଇଁ ସ୍କୁଲ୍‌ ଖୋଲିନଥିଲା। କେବଳ ଅନଲାଇନ୍‌ କ୍ଲାସ୍‌ ପାଇଁ ସରକାର ଅନୁମତି ଦେଇଛନ୍ତି। ଏଥିରେ ଛୋଟ ଛୋଟ ପିଲାମାନଙ୍କୁ ୩ରୁ ୪ଟି କ୍ଲାସ୍‌ କରିବାକୁ ପଡ଼ୁଛି।

ଏହାକୁ ନେଇ କାଶ୍ମୀରର ଏକ ଛୋଟ ଝିଅ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପିଲ୍‌ କରିଛନ୍ତି ଛୋଟ ପିଲାମାନଙ୍କୁ ଅଧିକ କାମ ଦିଆନଯାଉ। ବଡ଼ ପିଲାମାନଙ୍କୁ ଅଧିକ କାମ ଦିଆଯାଉ । ମିଠା ମିଠା କଣ୍ଠରେ ଛୋଟ ଝିଅଟି  ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍‌ କରିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭିଡିଓଟି ଏବେ ଖୁବ ଭାଇରାଲ୍‌ ହେଉଛି।

ଅନଲାଇନ୍‌ କ୍ଳାସରେ ତାଙ୍କୁ କେତେ ଅଧିକ ପଢ଼ିବାକୁ ପଡ଼ୁଛି ସେନେଇ କୁନି ଝିଅ କହିଛନ୍ତି । ଜଣେ ସାମ୍ବାଦିକ ଔରଙ୍ଗଜେବ୍‌ ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ‘ଅନଲାଇନ୍‌ କ୍ଲାସ୍‌ରେ ଦୀର୍ଘ ସମୟ ପାଠ ପଢ଼ା ଏବଂ ସ୍କୁଲ୍‌ରୁ ଅଧିକ କାମକୁ ନେଇ ୬ ବର୍ଷର କାଶ୍ମୀର ଝିଅ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।’ ଜଣେ ମହିଳା ୟୁଜର ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ମୋଦୀ ସାହେବଙ୍କୁ ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ଦରକାର।

ତେବେ କୁନି ଝିଅ ଭିଡିଓ ମାଧ୍ୟମରେ ମୋଦୀଙ୍କୁ ଅପିଲ୍‌ କରିଛନ୍ତି, ‘ଏତେ କାମ କାହିଁକୁ ରଖୁଛନ୍ତି। ଏତେ କାମ ବଡ଼ ପିଲାମାନଙ୍କ ପାଇଁ ହୋଇଥାଏ। ସକାଳେ ଉଠିବା ପରେ ୧୦ଟାରୁ ୨ଟା ଯାଏ  କ୍ଲାସ୍‌ ହେଉଛି। ଗୋଟିଏ ଇଂରାଜୀ, ପରେ ମ୍ୟାଥ୍‌, ତାପରେ ଉର୍ଦ୍ଦୂ, ଇଭିଏସ୍‌ ଏବଂ ତାପରେ କମ୍ପ୍ୟୁଟର। ଏତେ ଅଧିକ କାମ ବଡ଼ ପିଲାମାନଙ୍କ ପାଇଁ ରଖାଯାଏ।  ଯେଉଁମାନେ ସପ୍ତମ, ଷଷ୍ଠ, ଦଶମ ତାଙ୍କ ପାଇଁ। ଛୋଟ ପିଲାମାନଙ୍କ ପାଇଁ ଏତେ କାମ କାହିଁକି ରଖୁଛନ୍ତି ମୋଦୀ ସାହେବ। ଏବେ କଣ କରିବା।’  

wp:embed {"url":"https://twitter.com/naqshzeb/status/1398702475637452803","type":"rich","providerNameSlug":"twitter","responsive":true,"className":""}
https://twitter.com/naqshzeb/status/1398702475637452803
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.