ଇଣ୍ଟରନେଟ୍ ବ୍ୟବହାର ଏକ ମୌଳିକ ଅଧିକାର : ୭ ଦିନ ଭିତରେ ଜାମ୍ମୁ-କାଶ୍ମୀରରେ ସବୁ କଟକଣାର ପୁନଃସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | January 10, 2020 IST

 ନୂଆଦିଲ୍ଲୀ ୧୦/୦୧-  ଇଣ୍ଟରନେଟ ବ୍ୟବହାର ଏକ ମୌଳିକ ଅଧିକାର । ଜାମ୍ମୁ-କାଶ୍ମୀରରେ  ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଇଣ୍ଟରନେଟସେବା ବ୍ୟାହତ କରାଯିବା ଟେଲି ଯୋଗାଯୋଗ ନିୟମର ମଧ୍ୟ ବିରୋଧାଚରଣ କରୁଛି । ଧାରା ୩୭୦ ଉଚ୍ଛେଦ ପରଠୁ  ଜାମ୍ମୁ-କାଶ୍ମୀରରେ  ଇଣ୍ଟରନେଟ ସେବା  ବନ୍ଦକୁ  ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ କେନ୍ଦ୍ରଶାସିତ ଅଞ୍ଚଳର ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନରେ ଇଣ୍ଟରନେଟ ସେବା ଯୋଗାଇଦେବାକୁ ଜାମ୍ମୁ-କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି  ସର୍ବୋଚ୍ଚ ଅଦାଲତ । ତା ସହ ଗତ ଅଗଷ୍ଟରୁ  କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ଲାଗୁ ବିଭିନ୍ନ କଟକଣାର ସୀକ୍ଷା ୭ ଦିନ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ  । ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଳାଗୁ ପରଠୁ ଜାରି ବିଭିନ୍ନ କଟକଣା ବିରୋଧରେ ଦାୟର ଏକାଧିକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ରଖିଛନ୍ତି ।

 ଗତବର୍ଷ  ଅଗଷ୍ଟ ୫ ତିରିଖରେ ଜାମ୍ମୁ-କାଶ୍ମୀରରେ କିଛି କଟକଣା ଲାଗୁ କରିଥିଲେ ସରକାର । ଜାମ୍ମୁ-କାଶ୍ମୀର ରାଜ୍ୟ ପାହ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳ ହେବା ସହ ସେଠାରୁ ଧାରା ୩୭୦ କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଫଳରେ ଜାମ୍ମୁ-କାଶ୍ମୀର ବାସିନ୍ଦା କିଛି ବିଶେଷ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ, ଇଣ୍ଟରନେଟ ସୁବିଧା ସହ ବିଭିନ୍ନ ସୁବିଧା ଉପରେ କଟକଣା ଜାରି କରିଥିଲେ କେନ୍ଦ୍ର ସରକାର । ଏହା ବିରୋଧରେ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ସମେତ ଅନେକ ଆବେଦନ କାରୀ ସୁପ୍ରିମକୋର୍ଟ ଯାଇଥିଲେ । ସମସ୍ତ ଆବେଦନକାରୀ ପ୍ରଶାସନର ବିଭିନ୍ନ କଟକଣାକୁ ଚ୍ୟାଲେଞ୍ଜ କରିଥିବା ବେଳେ । ଏବେ  ସେସବୁ କଟକଣାର ପୁନଃସମୀକ୍ଷା କରି ନିଷ୍ପତ୍ତି ନେବାକୁ ପ୍ରଶାସନକୁ ସପ୍ତାହେ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ  ସମସ୍ତ ସରକାରୀ ଏବଂ ସ୍ଥାନୀୟ ପ୍ରଶାସନୀକ କାର୍ଯାଳୟର ୱେବସାଇଟ୍ ଗୁଡିକୁ ପୁନଃସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ସୁପ୍ରିମକୋର୍ଟ । କାରଣ ଏସବୁ ସ୍ଥାନରେ ଇଣ୍ଟରନେଟର ଅପବ୍ୟବହାରର  ମାତ୍ରା ଏକଦମ୍ ନଗଣ୍ୟ ।

 ବାକ୍ ସ୍ୱାଧିନତା ବା ପ୍ରକାଶ କରିବାର ସ୍ୱାଧିନତା ଏବଂ  ଇଣ୍ଟରନେଟ ମାଧ୍ୟମରେ କାରବାର  ସମ୍ବିଧାନର ଧାରା ୧୯ (୧) ଦ୍ୱାରା । ତେଣୁ ଇଣ୍ଟରନେଟ ବ୍ୟବହାରଏକ ମୌଳିକ ଅଧିକାର ବୋଲି ଦର୍ଶଇଛନ୍ତି ସୁପ୍ରିମକୋର୍ଟ । ଏହି ଭିତ୍ତିରେ ଝାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ବ୍ୟାହତକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ବିଚାରପତି ଏନ.ଭି . ରମନ୍ନା, ବିଚାରପତି  ଆର୍. ସୁଭାଷ ରେଡ୍ଡି ଏ ବିଚାରପତି ବି.ଆର.ଘାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.