ଓଡିଶାରେ କାଶ୍ମୀର ସେଓ ସଙ୍କଟ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ୱର ୧୦।୯-   ଓଡିଶାରେ କାଶ୍ମୀର ସେଓ ସଙ୍କଟ। ମିଳୁନି  ଚକଚକିଆ  ସୁଅଦିଆ କାଶ୍ମୀରର ବାଲିଆ   ସେଓ। ରଙ୍ଗ ,ଆକାର ଫଳର ମାନ , ସ୍ବାଦ ଦୃଷ୍ଟିରୁ ଅନ୍ୟ  ସେଓ ଅପେକ୍ଷା  କାଶ୍ଗୀର ସେଓ ଅନେକଙ୍କ ପ୍ରଥମ ପସନ୍ଦ ।ହେଲେ  ଜାମୁ କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ  ହେବା ପରେ ରାଜଧାନୀ ସହ ରାଜ୍ୟର ବିଭିନ୍ନସ୍ଥାନରେ    ଆଗ ଭଳି  ଦେଖିବାକୁ ମିଳୁନି କାଶ୍ମୀର​‌ ସେଓ ସମ୍ଭାର।

{"id":155988}

  ଖୋଜା ପଡିଛି କାଶ୍ମୀର ସେଓ। ମିଠା   ଆଉ ସୁଆଦିଆ। ବିନା  ଫ୍ରିଜରେ ଅଧିକ   ଦିନ ଗଚ୍ଛିତ ହୋଇ ପାରୁଥିବା  କାଶ୍ମୀର  ସେଓ। କାଶ୍ଭୀର ପୁରା  ଥଣ୍ଡା ପରିବେଶରେ ଫଳୁଥିବା   ଲାଲ  ଟହ ଟହ  ତାଜା  କାଶ୍ଭୀରସେଓ ର କଥା। କାରଣ ଏବେ ଓଡିଶା ମାର୍କେଟରେ  କେବଳ  ଚଣ୍ଡୀଗଡ ଓ  ଶିମିଲା ସେଓ ଉପଲବ୍ଧ ହେଉଛି।    ଜାମୁ କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଥିବା କଟକଣା ପାଇଁ ରାଜଧାନୀ ସହ ରାଜ୍ୟରର ବିଭିନ୍ନ ସ୍ଥାନରେ  କାଶ୍ମୀର ସେଓର ସଙ୍କଟ ଦେଖା ଦେଇଛି।ଫଳରେ ରାଜ୍ୟରେ କାଶ୍ମୀର ସେଓ ଉପଲବ୍ଧ ହୋଇ ପାରୁନି। 

{"id":155989,"width":590,"height":393}

ଜୈବିକ  ସାର ପ୍ରୟୋଗ, କମ   ଶର୍କରା ସହ ଫାଇବର ଯୁକ୍ତ କାଶ୍ମୀର ସେଓ ଭୁବନେଶ୍ବର ବଜାରରେ ଚାହିଦା ଅଧିକ ।ସେପଟେ ବ୍ୟବସାୟୀଙ୍କ  କହିବା ଅନୁଯାୟୀ    ସିମଲା  ଓ  ଚଣ୍ଡିଗଡରେ  ଉତ୍ପାଦିତ ସେଓ ର ଦାମ ଅପେକ୍ଷା କାଶ୍ଭୀରର ବାଲିଆ ସେଓର  ଦର ଅପେକ୍ଷା କୃତ ଅଧିକ ।ହେଲେ  ଏହା  ଡାଇବେଟିକ ରୋଗୀଙ୍କ  ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବାରୁ    ବିଶେଷ କରି ଡିମାଣ୍ଡ  ଅଧିକ ବୋଲି କହନ୍ତି   ଅଶୋକ ନଗରର  ଫଳ ବ୍ୟବସାୟୀ।

ସେପଟେ ଫଳ ବୈଜ୍ଞାନିକ ମାନଙ୍କ କହିବା କଥା ହେଲା।  କାଶ୍ମୀର ସେଓ ପୁରା  ଥଣ୍ଡା  ଜୟବାୟୁରେ ଉତ୍ପାଦନ ହେଉଥିବାରୁ   ଦୀର୍ଘଦିନ  ବିନା ଫ୍ରିଜରେ  ରଖିହୁଏ। ସହଜରେ ପଚିଯାଏନି କି  ବା ରୋଗ ପୋକ  ଧରେ ନାହିଁ। ଗଛରୁ ତୋଳିବା ଦିନ ଠାରୁ ପ୍ରାୟ ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ତାଜା ରହିପା​‌ରେ। ବିନା କେମିକାଲ ସାରରେ  ପୁରା  ଥଣ୍ଡା  ଜଳୀୟ ପରିବେଶରେ ଅର୍ଗାନିକ ସାର  ଦ୍ବାରା ଉତ୍ପାଦନ କରାଯାଉଥିବାରୁ  ଦେହ ପାଇଁ  ହିତକର।ଅନ୍ୟ ସେଓ  ଅପେକ୍ଷା ଅଧିକ ସୁସ୍ବାଦୁ ଓ  ବାଲିଆ ହୋଇଥିବାରୁ  ସଦାବେଳେ ବଜାରରେ  କାଶ୍ମୀର ସେଓର ଡିମାଣ୍ଡ  ରହିଥିବା କହିଛନ୍ତି  ଫ୍ରୁଟ ସାଇନ୍ସ ବିଶେଷଜ୍ଞ।

ସିମଲା ଓ ଚଣ୍ଡୀଗଡ ସେଓ   ସାମାନ୍ୟ କଷାଳିଆ ଓ ପାଣିଚିଆ ଲାଗିଥାଏ। ହେଲେ   ରାଜଧାନୀରେ ପ୍ରତ୍ୟହ  ଚାରି ରୁ ପାଞ୍ଚ ଟ୍ରକ  ସେଓ ବିକ୍ରି ସେ ହେଉଥିବା ବେଳେ, ଓଡିଶାର ଫଳ ବଜାରରେ ଏବେ କାଶ୍ମୀର ସେଓ କୁ ଅପେକ୍ଷା କରିଛନ୍ତି  ।ସୁତ୍ରରୁ ଜଣା ପହିଛି କ ଗତ ପାଞ୍ଚ ଦିନ ତଳୁ କାଶ୍ଭୀରରୁ ୭୦୦ ଟ୍ରକ ସେଓ ବୋଝେଇ ଟ୍ରକ   ବିଭିନ୍ନ୍ ସ୍ଥାନକୁ ପଠାଯାଇଛି।କାଶ୍ମୀର  କେବଳ  ​ସେଓ ବିକ୍ରିରୁ  ବାର୍ଷିକ ପ୍ରାୟ ହଜାରେ କୋଟି  ଟଙ୍କା ପାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.