ରାଜଧାନୀରେ ଏବେ ଡିମାଣ୍ଡରେ କାଶ୍ମୀର କାୱା ଚା' -ଥଣ୍ଡା, କାଶ ଭଲ ହେବା ସହ ଓଜନ କମାଇବାରେ ହେଉଛି ସହାୟକ

Published By : Prameya-News7 Bureau | December 14, 2019 IST

ଭୁବନେଶ୍ୱର ୧୪।୧୨ - ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ବୁଲୁ ବୁଲୁ ହଠାତ୍ ୧୯୬ ନମ୍ବଲ ଷ୍ଟଲ ଉପରେ ଆମର ନଜର ପଡିଲା । ଏହି ଷ୍ଟଲ ଆଗରେ ଲୋକଙ୍କର ଭିଡ ଥିଲା । ଆଉ ସମସ୍ତଙ୍କ ହାତରେ ଥିଲା ଚା କପ୍ । ଶୀତୁଆ ସନ୍ଧ୍ୟାରେ ଆମେ ବି ଟିକେ ଚା ପିଇବା ପାଇଁ ସେହି ଷ୍ଟଲ ଆଡକୁ ମୁହାଁଇଲୁ ।

{"id":197817,"sizeSlug":"large"}

ତେବେ ଏଠି କ୍ଷୀର ଚା ନୁହେଁ ବରଂ ଆୟୁର୍ବେଦିକ ଚା ପିଉଥିଲେ ସମସ୍ତେ । ଯାହାର ନାଁ ହେଉଛି କାଶ୍ମୀର କାୱା । ଅର୍ଜୁନ ଛେଲି, ଲବଙ୍ଗ, ବ୍ରାହ୍ମି, ଶୁଣ୍ଠି, ଶଙ୍ଖ ପୁଷ୍ପି, ଗେ।ଲାପ, ଲାଲା ଚନ୍ଦନ, ଧଳା ଚନ୍ଦନ, ଗଜୁରାତି, ତେଜପତ୍ର, ଗୋଲମରିଚ, ଅଗିଆ ଘାସ, ନଗର ମୁଥା, ଜାଇଫଳ, ବଚସା, ବଡ ଇଲାଇଚି, ଡାଲଚିନି, କୁଲଞନ,ତୁଳସୀ, ମହୁ, ଗିଲଏ, ପିସ୍ତା ବାଦାମ, ପାନ ମଧୁରୀ, ଲେମ୍ବୁ, ଅଦା, କିୱି ଆଦି ୨୮ ପ୍ରକାର ସାମଗ୍ରୀରେ ତିଆରି ହେଉଛି ଏହି କାଶ୍ମିରୀ କାୱା ଚା ।

{"id":197818,"sizeSlug":"large"}

କାଶ୍ମୀର କାୱା ଚା ରୁ କପେ ପିଇଦେଲେ ବଡି ଆକ୍ଟିଭ ହେବା ସହ ମାଇଣ୍ଡ ବି ଫ୍ରେସ ଲାଗୁଛି । ଏହି ଚା ଦେହ ପାଇଁ ବହୁତ ହିତକାରୀ । ପେଟ ରୋଗ ସହ ଥଣ୍ଡା, କାଶ, ଡେଙ୍ଗୁ ଜ୍ବର ଭଲ ହୁଏ । କେବଳ ଏତିକି ନୁହେଁ ଏହି ଚା ଓଜନ କମାଇବାରେ ବି ସାହାଯ୍ୟ କରେ । ଦିନକୁ ୩ ଥର କାଶ୍ମୀର କାୱା ଚା ପିଇଲେ ଓଜନ ହ୍ରାସ ପାଇଥାଏ । ତେଣୁ ହେଲଥ କନସସ୍ ଥିବା ପୁରୁଷ ମହିଳାମାନେ ଏହି ଚା କୁ ବେଶୀ ପସନ୍ଦ କରୁଛନ୍ତି ।

{"id":197819,"sizeSlug":"large"}

ଔଷଧ ଭଳି କାମ କରୁଥିବା କାଶ୍ମୀର କାୱା ଚା ଗୋଟିଏ କପକୁ ୧୦-୨୦ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.